Advertisment

ମାହାଙ୍ଗା ଡବଲ ମର୍ଡର ମାମଲା: ହାଜର ହେଲେନି ବିଧାୟକ ପ୍ରତାପ ଜେନା

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ସମନ ସତ୍ତ୍ୱେ ଆଜି ହାଜର ହେଲେନି ବିଧାୟକ ପ୍ରତାପ ଜେନା। ଅସୁସ୍ଥତା ହେତୁ ବ୍ୟକ୍ତିଗତ ହାଜର ହେବାରୁ ବାଦ୍‌ ଦେବାକୁ ସେ କୋର୍ଟଙ୍କ ନିକଟରେ ଗୁହାରି କରିଛନ୍ତି।

ଅଦ୍ୟତନ ହୋଇଛି
undefined

Pratap Jena

Advertisment

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ସମନ ସତ୍ତ୍ୱେ ଆଜି ହାଜର ହେଲେନି ବିଧାୟକ ପ୍ରତାପ ଜେନା। ଅସୁସ୍ଥତା ହେତୁ ହାଜର ହୋଇ ପାରୁ ନ ଥିବା ବେଳେ ବ୍ୟକ୍ତିଗତ ହାଜର ହେବାରୁ ବି ବାଦ୍‌ ଦେବାକୁ ସେ କୋର୍ଟଙ୍କ ନିକଟରେ ଗୁହାରି କରିଛନ୍ତି। ମାତ୍ର ଏହାକୁ କାଉଣ୍ଟର କରି ଅପରପକ୍ଷ ପ୍ରତାପ ଜେନାଙ୍କ ଏହି ଆବେଦନକୁ ଖାରଜ କରିବାକୁ ଆବେଦନ କରିଛନ୍ତି। ଆଜି ଅପରାହ୍ନ ୨ଟାରେ ସାଲେପୁର ଜେଏମଏଫସିରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶନାମା କ’ଣ ଜାରି କରାଯିବ ତାହା ଉପରେ ସମସ୍ତଙ୍କ ନଜର।

Advertisment

ବ୍ୟକ୍ତିଗତ ଭାବେ ଆଜି ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସିଙ୍କ ନୋଟିସ ସତ୍ତ୍ୱେ ସେ ଆଜି ହାଜର ହୋଇ ନ ଥିଲେ।ମାତ୍ର ଆଇପିସି ୨୦୫ ଧାରାରେ ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ ନିଜ ଓକିଲଙ୍କ ଜରିଆରେ ସେ ଆବେଦନ କରିଛନ୍ତି।  

ନିଜ ଅସୁସ୍ଥତା ନେଇ କ୍ୟାପିଟାଲ ହସ୍ପିଟାଲର ସାଟିଫିକେଟ ଦେଇଛନ୍ତି। ଯେଉଁଥିରେ ଅସୁସ୍ଥତା ହେତୁ ଓକିଲଙ୍କ ଜରିଆରେ ହାଜର ହେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି। ଆଇପିସି ୨୦୫ ଧାରାରେ ବ୍ୟକ୍ତିଗତ ହାଜିରାରୁ ବାଦ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ତାଙ୍କ ସ୍ଥାନରେ ଓକିଲଙ୍କ ଜରିଆରେ ମାମଲା ପରିଚାଳନା କରିବାକୁ ବି ସେ ଗୁହାରି କରିଛନ୍ତି।

Advertisment

 ଅପରପକ୍ଷେ, କୁଳମଣି ବରାଳଙ୍କ ପୁଅ ଆଇପିସି ଧାରା ୨୦୫କୁ ଖାରଜ କରିବାକୁ ଆବେଦନ କରିଛନ୍ତି। ସେ କହିଛନ୍ତି, ଏହି ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଜେଲ୍‌ରେ ଅଛନ୍ତି। ପ୍ରତାପ ଜେନା ବି ଏହି ମାମଲାର ଜଣେ ଅଭିଯୁକ୍ତ ହୋଇଥିବାରୁ ତାଙ୍କୁ ବି ପ୍ରତ୍ୟେକ ଶୁଣାଣିରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।

ଏହା ବ୍ୟତୀତ ସେ ଆଉ ଏକ ଆବେଦନରେ ମୂଳ ମାମଲାରେ ହୋଇଥିବା ଜିଆର କେସ୍‌ ନଂରେ ପ୍ରତାପ ଜେନାଙ୍କ ମାମଲାକୁ ଯୋଡ଼ିବାକୁ ବି ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ଜାନୁୟାରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ସମୁଦାୟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରେ ତତ୍‌କାଳୀନ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ମଧ୍ୟ ସାମିଲ ଥିଲା। ଉକ୍ତ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୯ ଜଣ ଏବେ ଜେଲ୍‌ ହାଜତରେ ଅଛନ୍ତି। ଆଉ ୩ ଜଣଙ୍କ ମଧ୍ୟରୁ ୨ ଜଣ ଫେରାର ଥିବା ବେଳେ ପ୍ରତାପ ଜେନା ବାହାରେ ବୁଲୁଛନ୍ତି।  

ସାଲେପୁର ଜେଏମଏଫସି କୋର୍ଟରେ ଆଜି ଏହି ସମସ୍ତ ଆବେଦନ ଉପରେ ଆଲୋଚନା ହେବ। ତେଣୁ ଆଗାମୀ ତାରିଖରେ ପ୍ରତାପ ଜେନା ହାଜର ହେବେ ନା ଏଥିରୁ ବାଦ ପଡ଼ିବେ ତାହା ଅପରାହ୍ନ ୨ଟାରେ ହେବାକୁ ଥିବା ଶୁଣାଣି ପରେ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।

Cuttack Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe