Thief
ତେଜରାତି ଦୋକାନରୁ ଚୋରି କରିବା ମହଙ୍ଗା ପଡ଼ିଥିଲା। ଧରା ପଡ଼ି ବହେ ଛେତା ଖାଇଲା। ଖାଲି ଛେଚା ଖାଇଲାନି, ଚୋରକୁ ସାତବେଣ୍ଟିଆ ଗାଁ ଦାଣ୍ଡରେ ବୁଲାଇଲେ ଲୋକେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ରାଜଧାନୀଠାରୁ ଅଳ୍ପ ଦୂର ଯାଜପୁରରୁ ଆସିଛି ଏପରି ଖବର।
ଗତ ଶନିବାର ବିଳମ୍ବିତ ରାତିରେ ତୁଳତୀ ପଞ୍ଚାୟତର କଣ୍ଡରାଗାଡିଆ ଗାଁର ଅଙ୍କୁର ମାଝୀଙ୍କ ଦୋକାନରୁ ରାସନ ସାମଗ୍ରୀ ଓ ଟଙ୍କା ପଇସା ଚୋରି ହୋଇଥିଲା। ଦୋକାନରୁ ଚୋରି କରିବା ପରେ ଚୋରଟି ପଳାଉଥିବା ବେଳେ ଗାଁ ଲୋକ କାବୁ କରିନେଇଥିଲେ। ପ୍ରଥମେ ତା’ ହାତ ଓ ଗୋଡ଼ ବାନ୍ଧି ଦେଇଥିଲେ। ତା’ ମୁହଁରେ ଚୂନ ଓ କଳା ବୋଳି ଦେଇଥିଲେ। ତା’ପରେ ତାକୁ ଗାଁ ଦାଣ୍ଡରେ ବୁଲାଇଥିଲେ। ସବା ଶେଷରେ ଚୋରକୁ କୋରାଇ ଥାନା ପୁଲିସ୍କୁ ହସ୍ତାନ୍ତର କରିଥିଲେ। ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚୋରକୁ ସାତବେଣ୍ଟିଆ କରି ଗାଁର ଦାଣ୍ଡରେ ବୁଲାଇବା ଦୃଶ୍ୟକୁ କେତେକ ଲୋକ ମୋବାଇଲ୍ରେ କଏଦ କରିଥିଲେ। ପରେ ସେହି ଭିଡିଓକୁ ସୋଶାଲ ମିଡିଆରେ ଅପ୍ଲୋଡ୍ କରିଥିଲେ। ଯାହା ଏବେ ଭାଇରାଲ୍ ହେଇଯାଇଛି। ଭିଡିଓଟି ମୋବାଇଲ୍ରୁ ମୋବାଇଲ ଘୂରି ବୁଲୁଛି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
