Advertisment

ବିସ୍କୁଟ, କୁରକୁରେ ଚୋରି ଅଭିଯୋଗ; ୪ ନାବାଳକଙ୍କୁ ବାନ୍ଧି ନିର୍ଧୂମ ପିଟିଲେ

ବିସ୍କୁଟ, କୁରକୁରେ ଚୋରି ଅଭିଯୋଗରେ ୪ ନାବାଳକଙ୍କୁ ମିଳିଲା ଅକଥନୀୟ ନିର୍ଯାତନା । କେବଳ ଯେ ପିଟିଲେ ତାହା ନୁହେଁ, ଘଣ୍ଟା ଘଣ୍ଟା ଗଛରେ ବାନ୍ଧି ରଖିଲେ।

Torture on minor boys

Torture on minor boys

Advertisment

ବିସ୍କୁଟ, କୁରକୁରେ ଚୋରି ଅଭିଯୋଗରେ ୪ ନାବାଳକଙ୍କୁ ମିଳିଲା ଅକଥନୀୟ ନିର୍ଯାତନା । କେବଳ ଯେ ପିଟିଲେ ତାହା ନୁହେଁ, ଘଣ୍ଟା ଘଣ୍ଟା ଗଛରେ ବାନ୍ଧି ରଖିଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ବିହାରର ବେଗୁସରାୟ ଜିଲ୍ଲାରେ ଘଟିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେଉଛି। ଏହି ଘଟଣାକୁ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

Advertisment

ଗତ ଶନିବାର ଏହି ଘଟଣା ଘଟିଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ୪ ଯୁବକ ଏକ ତେଜରାତି ଦୋକାନରୁ କିଛି ବିସ୍କୁଟ ଓ କୁରକୁରେ ଚୋରି କରିଥିଲେ। ଏହାପରେ କିଛି ଲୋକ ଚୋରି ସାମଗ୍ରୀ ସହ ସମ୍ପୃକ୍ତ ନାବାଳକଙ୍କୁ ଧରି ନିର୍ଧୂମ ପିଟିଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ଏକ ରଶି ସାହାଯ୍ୟରେ ଖମ୍ବରେ ବାନ୍ଧି ଦେଇଥିଲେ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ସମ୍ପୃକ୍ତ ଦୋକାନୀଙ୍କ ନାଁରେ ମାମଲା ରୁଜୁ କରିଛି। ଏସ୍‌ପି ଯୋଗେନ୍ଦ୍ର କୁମାରଙ୍କ କହିବାନୁଯାୟୀ, ଯାଞ୍ଚରୁ ଜଣାପଡ଼ିଛି ସମ୍ପୃକ୍ତ ଦୋକାନରୁ କିଛି ଦିନ ହେବ ନିୟମିତ ଭାବେ କିଛି ପିଲା ଚୋରି କରୁଥିଲେ। ଗତ ଶନିବାର ସେମାନଙ୍କୁ ଚୋରି ସାମଗ୍ରୀ ସହ କାବୁ କରାଯାଇଥିଲା। ଏହାପରେ ସେମାନଙ୍କୁ ପଶୁଙ୍କ ପରି ପିଟିବା ସହ ଖମ୍ବରେ ବାନ୍ଧି ପକାଇଥିଲେ।

Advertisment

ଏହା ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିବା ବେଳେ କେହି ଏହାର ପ୍ରତିବାଦ କରି ନ ଥିଲେ। ବରଂ ସମସ୍ତେ ଭିଡିଓ କରିବାରେ ବ୍ୟସ୍ତ ଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତଙ୍କ ପରିବାରକୁ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି। ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛୋଟ ପିଲାଙ୍କ ଉପରେ ଏପରି ଅତ୍ୟାଚାର କରିବା ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।

Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe