Advertisment

ନେଇଗଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଦାମୀ ମୋବାଇଲ୍

ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୀପଙ୍କର ମୋବାଇଲ୍‌ ଦୋକାନର ପଛ ପାର୍ଶ୍ୱ କାନ୍ଥରେ କଣା କରି ଭିତରେ ପଶିଥିଲେ। ଆଉ ଦୋକାନରେ ଥିବା ସବୁ ଦାମୀନାମୀ କମ୍ପାନୀର ମୋବାଇଲ୍‌ ଲୁଟି ନେଇଯାଇଥିଲେ।

Malkangiri

Loot

Advertisment

କାନ୍ଥରେ କଣା କରି ମୋବାଇଲ ଦୋକାନରୁ କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଫୋନ୍‌ ନେଇଗଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଚୋରି ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

Advertisment

ମାଲକାନଗିରି ଟାଉନ୍‌ରେ ରହିଛି ଦୀପଙ୍କର ମଣ୍ଡଳଙ୍କ ମୋବାଇଲ୍‌ ସପ୍‌। ସବୁଦିନ ପରି ମଙ୍ଗବାର ରାତିରେ ଦୀପଙ୍କର ସପ୍‌ ବନ୍ଦ କରି ଘରକୁ ଯାଇଥିଲା। ତେବେ ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୀପଙ୍କର ମୋବାଇଲ୍‌ ଦୋକାନର ପଛ ପାର୍ଶ୍ୱ କାନ୍ଥରେ କଣା କରି ଭିତରେ ପଶିଥିଲେ। ଆଉ ଦୋକାନରେ ଥିବା ସବୁ ଦାମୀନାମୀ କମ୍ପାନୀର ମୋବାଇଲ୍‌ ଲୁଟି ନେଇଯାଇଥିଲେ। ଚୋରିର ପୂରା ଚିତ୍ର ଦୋକାନରେ ଲାଗିଥିବା ସିସିଟି ଟିଭିରେ କଏଦ ହୋଇଛି। ସେମାନେ ମୁହଁରେ ମାକ୍ସ ବାନ୍ଧିଥିବାରୁ ଚିହ୍ନିବାରେ ସମସ୍ୟା ହେଉଛି।

ସେପଟେ ଦୁର୍ବୃତ୍ତମାନେ ମୋବାଇଲ୍‌ ଲୁଟ୍‌ କରି ଦୋକାନ ପଛ ପାର୍ଶ୍ୱରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ସମସ୍ତେ ବସି ଖୋଳରୁ ମୋବାଇଲ୍‌ ବାହାର କରିଥିଲେ। ତା’ପରେ ସବୁ ମୋବାଇଲକୁ ବସ୍ତାରେ ପୂରାଇ ନେଇଯାଇଥିଲେ। ଆଜି ସକାଳେ ଚୋରି ସମ୍ପର୍କରେ ଜଣାପଡ଼ିବା ପରେ ଟାଉନ୍‌ ଥାନା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ମିଳିତ ଭାବେ ଘଟଣାର ତଦନ୍ତ ଚଳାଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଚୋରଙ୍କ ସମ୍ପର୍କରେ ପୁଲିସ୍‌ କୌଣସି ତଥ୍ୟ ପାଇନାହିଁ। ଚୋରି ହୋଇଥିବା ମୋବାଇଲର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ।

Advertisment

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe