/odisha-reporter/media/post_attachments/uploadimage/library/16_9/16_9_0/IMAGE_1724684864.jpg)
Rajgangpur Police Station
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୮୩ଟି ମୋବାଇଲ ଜବତ କରିବା ସହିତ ୭ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ ।
Advertisment
ଏହି ଲୁଟେରାମାନେ ହାଟ ବଜାର, ସହିତ ଘର ଭିତରେ ପଶି ଅତି ସହଜରେ ମୋବାଇଲ ଚୋରି କରି ଫେରାର ହୋଇଯାଉଥିଲେ। କିନ୍ତୁ ପୁଲିସ ଏମାନଙ୍କର କିଛି ଟେର ପାଉନଥିଲା । ତେବେ କିଛି ଦିନ ପୂର୍ବେ ୧୪ ଜଣ ଲୋକ ନିଜ ମୋବାଇଲ ହଜିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୬ ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ରାଜଗାଙ୍ଗପୁର ପୁଲିସ ହାତରେ ୪ ନାବାଳକ ସହିତ ସମୁଦାୟ ୭ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୮୩ ଟି ମୋବାଇଲ, ରୁପା ପାଉଁଜି, ସ୍ମାର୍ଟ ହାତ ଘଣ୍ଟା ସହ ନଗଦ ୭ ହଜାର ଟଙ୍କା ଜବତ କରିଛି । ତେବେ ଏହାର ମାଷ୍ଟର ମାଇଣ୍ଡ ସହିତ ଆଉ କେଉଁ ମାନେ ସମ୍ପୃକ୍ତ ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
