Advertisment

ପୁଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ: ୭ ଗିରଫ, ୮୩ ମୋବାଇଲ ଜବତ

ତେବେ ଏହାର ମାଷ୍ଟର ମାଇଣ୍ଡ ସହିତ ଆଉ କେଉଁ ମାନେ ସମ୍ପୃକ୍ତ ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Rajgangpur Police Station

Rajgangpur Police Station

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୮୩ଟି ମୋବାଇଲ ଜବତ କରିବା ସହିତ ୭ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ ।

Advertisment

ଏହି ଲୁଟେରାମାନେ ହାଟ ବଜାର, ସହିତ ଘର ଭିତରେ ପଶି ଅତି ସହଜରେ ମୋବାଇଲ ଚୋରି କରି ଫେରାର ହୋଇଯାଉଥିଲେ। କିନ୍ତୁ ପୁଲିସ ଏମାନଙ୍କର କିଛି ଟେର ପାଉନଥିଲା । ତେବେ କିଛି ଦିନ ପୂର୍ବେ ୧୪ ଜଣ ଲୋକ ନିଜ ମୋବାଇଲ ହଜିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୬ ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ରାଜଗାଙ୍ଗପୁର ପୁଲିସ ହାତରେ ୪ ନାବାଳକ ସହିତ ସମୁଦାୟ ୭ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୮୩ ଟି ମୋବାଇଲ, ରୁପା ପାଉଁଜି, ସ୍ମାର୍ଟ ହାତ ଘଣ୍ଟା ସହ ନଗଦ ୭ ହଜାର ଟଙ୍କା ଜବତ କରିଛି । ତେବେ ଏହାର ମାଷ୍ଟର ମାଇଣ୍ଡ ସହିତ ଆଉ କେଉଁ ମାନେ ସମ୍ପୃକ୍ତ ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି।

Advertisment
Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe