Advertisment

ମଡେଲଙ୍କ ମୁଣ୍ଡକୁ ଗୁଳି କରି କରାଯାଇଥିଲା ହତ୍ୟା: ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା

ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ମଡେଲଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି।

ଅଦ୍ୟତନ ହୋଇଛି
divya-pahuja

divya-pahuja

Advertisment

ବହୁ ଚର୍ଚ୍ଚିତ ଗୁରୁଗ୍ରାମରେ ମଡେଲ ଦିବ୍ୟା ପହୁଜା ହତ୍ୟା ମାମଲାରେ ହୋଇଛି ବଡ଼ ଖୁଲାସା। ସାମ୍ନାକୁ ଆସିଛି ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ଦିବ୍ୟା ପହୁଜାଙ୍କ ମୁଣ୍ଡରୁ ଏକ ଗୁଳି ବାହାରିଛି।

Advertisment

ହରିୟାଣାର ହିସାର ସ୍ଥିତ ‘ଅଗ୍ରୋହା ମେଡିକାଲ୍‌ କଲେଜ୍‌’ର ‘ଡକ୍ଟର୍‌ ମୋହନ ସିଂହଙ୍କ ନିର୍ଦ୍ଦେଶକ୍ରମେ ୨ଜଣ ମହିଳା ଡାକ୍ତରଙ୍କ ସମେତ ୪ଜଣ ଡାକ୍ତର ଦିବ୍ୟାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଏତିକି ବେଳେ ଡାକ୍ତରମାନେ ତାଙ୍କ ମୁଣ୍ଡରେ ଏକ ଗୁଳି ଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି।

ବ୍ୟବଚ୍ଛେଦ ପରେ ମଡେଲଙ୍କ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ତିମ ସଂସ୍କାର ପାଇଁ ସେମାନେ ଦିବ୍ୟାଙ୍କ ଶବକୁ ଗୁରୁଗ୍ରାମ ନେଇ ଯାଇଛନ୍ତି। ସେପଟେ ପୋଷ୍ଟମର୍ଟମ ପରେ ବିସ୍‌ରା ରିପୋର୍ଟକୁ ସୁରକ୍ଷିତ ରଖାଯାଇଛି। ଏହାର ଯାଞ୍ଚ ପାଇଁ ମଧୁବନ ଲ୍ୟାବକୁ ପଠାଯିବ।

Advertisment

ସୂଚନା ମୁତାବକ, ଶନିବାର ହରିୟାଣା ଫେତହାବାଦ ଟୋହନାର ଏକ କେନାଲରୁ ମଡେଲ ଦିବ୍ୟା ପହୁତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ହସ୍ପିଟାଲକୁ ପଠାଇଥିଲା। ତେବେ ଗୁରୁଗ୍ରାମ ପୁଲିସ ପାଇଁ ଦିବ୍ୟାଙ୍କ ମୃତଦେହକୁ ଖୋଜିବା ଏତେ ସହଜ ନଥିଲା।

ମଡେଲଙ୍କୁ ହତ୍ୟା କରିବାର ପର ଦିନ ପୁଲିସ ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲ ମାଲିକ ଅଭିଜିତ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ମଡେଲଙ୍କ ମୃତଦେହ ମିଳିନଥିଲା। ତେବେ ୧୦ ଦିନ ପରେ ଏହି ହତ୍ୟା ମାମଲାର ଆଉ ଜଣେ ଫରାର ଅଭିଯୁକ୍ତ ବଲରାଜ ଗିଲ୍‌ଙ୍କୁ ପୁଲିସ କୋଲକାତାର ବିମାନ ବନ୍ଦରରୁ ଗରିଫ କରିବା ମଡେଲଙ୍କ ମୃତଦେହଟି କେଉଁଠି ଅଛି ଜଣାପଡିଥିଲା। ବଲରାଜ ସେହି ବ୍ୟକ୍ତି ଯିଏକି ଦିବ୍ୟାଙ୍କ ମୃତଦେହକୁ ବିଏମ୍‌ଡବ୍ଲୁ କାର୍‌ରେ ରଖି ଠିକଣା ଲଗାଇବା ପାଇଁ ନେଇ ଯାଇଥିଲା। ଗିରଫ ପରେ ବଲରାଜଙ୍କ କହିବା ଅନୁଯାୟୀ କେନାଲରୁ ଦିବ୍ୟାଙ୍କ ମୃତଦେହ ମିଳିଥିଲା।

ଜାନୁଆରୀ ୨ ତାରିଖରେ ୨୭ ବର୍ଷୀୟ ମଡେଲ ଦିବ୍ୟା ପହୁଜାଙ୍କୁ ହତ୍ୟା କରାଯାଇଥିଲା। ଆପତ୍ତିଜନକ ଭିଡିଓ ପ୍ରଘଟ କରି ଦେବ ବୋଲି ଧମକ ଦେଇ ଦିବ୍ୟା ତାଙ୍କୁ ‘ବ୍ଲାକ୍‌ମେଲ୍‌’ କରୁଥିବାରୁ ଅଭିଜିତ ସିଂହ ତାଙ୍କୁ ହତ୍ୟା କରିଥିବା ନେଇ ପୁଲିସ ସୂଚନା ଦେଇଛି। ସମ୍ପ୍ରତି ପୁଲିସ ସିଂହଙ୍କ ଅଭିଯୋଗ ଉପରେ ତଦନ୍ତ କରୁଛି। ଏଯାବତ୍‌ ଏହି ମାମଲାରେ ପୁଲିସ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

Post Mortem Report Model Divya Pahuja Case Gurugram Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe