Advertisment

ହତ୍ୟାର ୧୧ ଦିନ ପରେ କେନାଲରୁ ମିଳିଲା ମଡେଲଙ୍କ ମୃତଦେହ

ପୁଲିସ ବର୍ତ୍ତମାନ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Model Divya Pahija

Model Divya Pahija

ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ପୁଲିସ ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଳରୁ ମିଳିଛି। ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ପୁଲିସ ବର୍ତ୍ତମାନ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମାମଲାର ଅଭିଯୁକ୍ତ ବଲରାଜଙ୍କ ନିର୍ଦ୍ଦେଶରେ ୧୧ ଦିନ ପରେ ଦିବ୍ୟାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ପୁଲିସର ୬ଟି ଟିମ୍‌ ଏହି ମାମଲାର ତଦନ୍ତ କରୁଛି।

ପୁଲିସ କହିବା ମୁତାବକ, ଦିବ୍ୟାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପଞ୍ଜାବର ଏକ କେନାଲକୁ ଅଭିଯୁକ୍ତମାନେ ଫିଙ୍ଗି ଦେଇଥିଲେ। ପରେ ମୃତଦେହଟି ଭାସି ଭାସି ହରିୟାଣା କେନାଲକୁ ଆସିଥିଲା। ମୃତଦେହ ଖୋଜିବା ପାଇଁ ପଞ୍ଜାବରୁ ହରିୟାଣା ପର୍ଯ୍ୟନ୍ତ ପୁଲିସ ଖୋଜାଖୋଜି କରିଥିଲା, ହେଲେ ଆଜି ଟୋହନା କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଦିବ୍ୟା ପହୁଜା ହତ୍ୟାକାଣ୍ଡ ମାମଲାରେ ନୂଆ ଖୁଲାସ ହୋଇଥିଲା। ଅଭିଯୁକ୍ତ ବଲରାଜଙ୍କୁ ପୁଲିସ ଗିରଫ କରିବା ପରେ ଦିବ୍ୟାଙ୍କ ମୃତଦେହକୁ କେନାଲରେ ଫିଙ୍ଗା ଯାଇଥିବା ନେଇ ସୂଚନା ମିଳିଥିଲା। ମୁଖ୍ୟ ଅଭିଯୁକ୍ତ ଅଭିଜିତଙ୍କ ଘନିଷ୍ଠ ବଲରାଜ ଗିଲ୍‌ଙ୍କୁ ପୁଲିସ ଗୁରୁବାର ଦିନ ପଶ୍ଚିମବଙ୍ଗ ବିମାନବନ୍ଦରରୁ ଗିରଫ କରିଥିଲା।

ବଲରାଜ ଗିଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ରବି ବଙ୍ଗଳାଙ୍କ ସହ ଦିବ୍ୟାଙ୍କ ମୃତଦେହକୁ ବିଏମଡବ୍ଲୁ କାରରେ ଡିକିରେ ରଖି ନେଇ ଯାଇଥିଲେ ଓ ପରେ ଫେରାର ହୋଇ ଯାଇଥିଲେ।

ଜାନୁଆରୀ ୨ ତାରିଖରେ ଗୁରୁଗ୍ରାମ ସିଟି ପଏଣ୍ଟ ହୋଟେଲରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହୋଟେଲରେ ମାଲିକ ଅଭିଜିତ ଓ ତାଙ୍କର ଦୁଇ ସହଯୋଗୀ ମିଳିତ ଭାବେ ଦିବ୍ୟାଙ୍କୁ ହତ୍ୟା କରିଛନ୍ତି। ଏହାପରେ ତାଙ୍କ ମୃତଦେହକୁ ହୋଟେଲରୁ ନେଇ ଅନ୍ୟତ୍ର ନେଇ ଫିଙ୍ଗି ଦେଇଥିବା କୁହାଯାଉଥିଲା। ଘଟଣା ଦିନ ଅଭିଜିତ ଓ ତାଙ୍କର ସହଯୋଗୀମାନେ ଦିବ୍ୟାଙ୍କ ମୃତଦେହ BMW କାରର ଡିକରେ ରଖି ଚାଲିଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।

ସନ୍ଦୀପ ଗାଡୋଲି ଫେକ ଏନକାଉଣ୍ଟର ମାମଲାରେ ଦିବ୍ୟାଙ୍କ ଭଳି ଗୁଜ୍ଜର ମଧ୍ୟ ଗିରଫ ହୋଇଥିଲେ। ଦିବ୍ୟା ଜାମିନରେ ମୁକୁଳିଥିଲେ ହେଁ ଗୁଜ୍ଜର ଏବେ ବି ଜେଲରେ ଅଛନ୍ତି।

Punjab Model Divya Pahuja Case Dead Body Recovered