Advertisment

ମନ୍ଦିର ପରିସରରେ ମଡେଲଙ୍କ ଅଶ୍ଳୀଳ ଫଟୋଶୁଟ୍‌, ଗିରଫ ଦାବି ତେଜିଲା

ମଡେଲଙ୍କ ଅର୍ଦ୍ଧନଗ୍ନ ଫଟୋଶୁଟର ଫଟୋ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏହାକୁ ନେଇ ତେଜିଛି ତୀବ୍ର ଉତ୍ତେଜନା।

author-image
Niharika Rout
Model

Model

ମନ୍ଦିର ପରିସରରେ ଅଶ୍ଳୀଳ ଫଟୋଶୁଟ କଲେ ମଡେଲ। ତାଙ୍କ ଅର୍ଦ୍ଧନଗ୍ନ ଫଟୋଶୁଟର ଫଟୋ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏହାକୁ ନେଇ ତେଜିଛି ତୀବ୍ର ଉତ୍ତେଜନା। ଏପରି ଏକ ଘଟଣା ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଘଟିଛି।

Advertisment

ସାଗର ଜିଲ୍ଲାର ପ୍ରସିଦ୍ଧ ଗଢପହରା ହନୁମାନ ମନ୍ଦିର ପରିସରରେ ଜଣେ ଆଡଲ୍ଟ ଆକ୍ଟ୍ରେସ୍‌ ତଥା ମଡେଲ ରେଶମୀ ନାୟର କିଛି ଦିନ ପୂର୍ବେ ଅଶ୍ଳୀଳ ଫଟୋଶୁଟ କରାଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବେ ମଡେଲଜଣକ ଗଡପହରାରେ ପହଞ୍ଚିଥିଲେ। ସେଠାରେ ଥିବା ରଙ୍ଗମହଲରେ ସେ ଅର୍ଦ୍ଧନଗ୍ନ ଫଟୋଶୁଟ କରାଇବାକୁ ପଛାଇ ନ ଥିଲେ।

ଏହି ଫଟୋ ଭାଇରାଲ ହେବା ପରେ ହିନ୍ଦୁ ସଙ୍ଗଠନମାନେ ତୀବ୍ର ଆପତ୍ତି ଜଣାଇଛନ୍ତି। ଶିବସେନା ପକ୍ଷରୁ ମଧ୍ୟପ୍ରଦେଶର ଆଡିସନାଲ ଏସ୍‌ପିଙ୍କୁ ଏନେଇ ସେ ଏକ ଅଭିଯୋଗପତ୍ର ହସ୍ତାନ୍ତର କରାଯାଇଛି। ଏଥିସହ ରେଶମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଅପିଲ୍‌ କରାଯାଇଛି।

Advertisment

ଏନେଇ ଶିବସେନା ଉପ ରାଜ୍ୟ ପ୍ରମୁଖ ପପୁ ତିୱାରୀ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହା ସନାତନ ପ୍ରେମୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ମନ୍ଦିର ପରିସରରେ ଏପରି ଘଟଣା କେବେ ବି ଯୁକ୍ତିଯୁକ୍ତ ନୁହେଁ।

ଏହି ଘଟଣାରେ ତୁରନ୍ତ ରେଶମୀଙ୍କ ସମେତ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରା ନ ଗଲେ ଖୁବ୍‌ଶୀଘ୍ର ବୁନ୍ଦେଲଖଣ୍ଡ ସମେତ ସାଗର ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବିବାଦ ସହ ରେଶମୀଙ୍କର ପୁରୁଣା ସମ୍ପର୍କ ରହିଛି। ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ରେଶମୀ ଓ ତାଙ୍କ ସ୍ୱାମୀଙ୍କୁ ୨୦୧୯ ମସିହାରେ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଥିଲା।

Viral Photo