Advertisment

ଶୀତଲଙ୍କୁ ତଣ୍ଟି କାଟି ମାରିଲା କିଏ?

ତାଙ୍କୁ ହତ୍ୟା କରିବାର କାରଣ ଜଣାପଡ଼ି ନଥିବା ବେଳେ ହତ୍ୟାକାରୀ ମଧ୍ୟ ଫେରାର ରହିଛନ୍ତି।

author-image
Hemant Lenka
Sheetal

Sheetal

କେନାଲରୁ ମିଳିଛି ଜଣେ ମହିଳା ମଡେଲଙ୍କ ତଣ୍ଟି କଟା ମୃତଦେହ। ହରିୟାଣ ଭିତ୍ତିକ ମଡେଲଙ୍କ ମୃତଦେହ ସୋନିପତର ଗୋଟିଏ କେନାଲରୁ ମିଳିବା ପରେ ହଇଚଇ ଦେଖାଯାଇଛି। ମୃତ ମଡେଲ ଜଣଙ୍କ ହେଲେ ଶୀତଲ। ସେ ହରିୟାଣା ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ବେଶ ପରିଚିତ। ସେ ଏହି ଇଣ୍ଡଷ୍ଟ୍ରୀରେ ବେଶ କିଛି ବର୍ଷ ହେଲା କାମ କରୁଥିଲେ। ତାଙ୍କୁ ହତ୍ୟା କରିବାର କାରଣ ଜଣାପଡ଼ି ନଥିବା ବେଳେ ହତ୍ୟାକାରୀ ମଧ୍ୟ ଫେରାର ରହିଛନ୍ତି।

Advertisment

ପୁଲିସ୍‌ କହିଛି ଯେ ଶୀତଲ ତାଙ୍କ ଭଉଣୀ ନେହାଙ୍କ ସହ ପାନିପତରେ ରହୁଥିଲେ। ଜୁନ ୧୪ରେ ଗୋଟିଏ ଶୁଟିଂ ପାଇଁ ନିଜର ଟିମ ସହ ଅହର ଗାଁକୁ ଯାଇଥିଲେ। କିନ୍ତୁ ରାତି ସୁଦ୍ଧା ସେ ଘରକୁ ନ ଫେରିବାରୁ ନେହାଙ୍କ ଚିନ୍ତା ବଢ଼ିଥିଲା।

ଶୀତଲଙ୍କ ସହ ତାଙ୍କର କୌଣସି ପ୍ରକାରର ଯୋଗଯୋଗ ହୋଇ ପାରି ନଥିଲା। ବନ୍ଧୁ ଓ ଅନ୍ୟ ଲୋକମାନଙ୍କୁ ନେହା ଯୋଗାଯୋଗ କରିଥିଲେ ହେଁ କୌଣସି ସୁଫଳ ପାଇ ନଥିଲେ। ତେଣୁ ସେ ବାଧ୍ୟ ହୋଇ ଶୀତଲଙ୍କ ନିଖୋଜ ସମ୍ପର୍କରେ ପୁରୁଣା ଶିଳ୍ପାଞ୍ଚଳ ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ।

Advertisment

ପୁଲିସ୍‌ ଅଭିଯୋଗ ପାଇବା ମାତ୍ରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଖାଣ୍ଡା ଗାଁ ନିକଟରେ ଥିବା ଗୋଟିଏ କେନାଲରୁ ଶୀତଲଙ୍କ ତଣ୍ଟି କଟା ମୃତଦେହ ମିଳିଥିଲା। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ସେହିପରି ତାଙ୍କୁ କାହିଁକି ଓ କିଏ ହତ୍ୟା କରିଛନ୍ତିଳ, ତା’ର ଯାଞ୍ଚ ଆରମ୍ଭ କରିଛି।

Murder Haryana News