Advertisment

କୋଟିଏ ଟଙ୍କାର ମହୁଲ ଫୁଲ ଜବତ, ୫ ଗିରଫ

ମହୁଲ ଫୁଲ ଭର୍ତ୍ତି ଗୋଟିଏ ଟ୍ରକ୍ ଓ ୪ଟି ବୋଲେରୋ ଜବତ ହୋଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ଅବକାରୀ ବିଭାଗ।

Arrest

Arrest

Advertisment

ବେଆଇନ ଭାବେ ଚାଲାଣ ବେଳେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ମହୁଲ ଫୁଲ ଜବତ । ମହୁଲ ଫୁଲ ଭର୍ତ୍ତି ଗୋଟିଏ ଟ୍ରକ୍ ଓ ୪ଟି ବୋଲେରୋ ଜବତ ହୋଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ଅବକାରୀ ବିଭାଗ।

Advertisment

କେନ୍ଦଝର ଟାଉନ୍ ଥାନା ନିକଟରୁ ଅବକାରୀ ବିଭାଗ ୨୮୦ କ୍ୱିଣ୍ଟାଲ୍ ମହୁଲ ଫୁଲ, ଟ୍ରକ୍ ଓ ୪ଟି ବୋଲେରୋ ଜବତ କରିଛି। ଏହି ମାମଲାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ୨ଜଣ ଫେରାର୍ ହୋଇଯାଇଛନ୍ତି ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦିବ୍ୟ ରଞ୍ଜନ ଦୀପ ।

Advertisment

ଏନେଇ କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଦିବ୍ୟରଞ୍ଜନ ଦୀପ କହିଛନ୍ତି, ବେଆଇନ ଭାବେ ମହୁଲ ଫୁଲ ଚାଲଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲୁ। ଚଢ଼ାଉ ସମୟରେ ଏକ ୧୬ ଚକିଆ ଟ୍ରକ, ୪ଟି ବୋଲେରୋରେ ଭର୍ତ୍ତି କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ। ଏହି ଘଟଣାରେ ସମୁଦାୟ ୫ ଗିରଫ କରାଯାଇଛି।

Keonjhar Raid Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe