Advertisment

ଋଣ ଟଙ୍କା ଶୁଝି ପାରିଲେନି ସ୍ୱାମୀ, ସ୍ତ୍ରୀଙ୍କୁ ଦୁଷ୍କର୍ମ କଲା ମହାଜନ

ବ୍ୟକ୍ତି ଜଣଙ୍କ ମହାଜନ ଠାରୁ କିଛି ଟଙ୍କା ଋଣ ଆକାରରେ ନେଇଥିଲେ। ହେଲେ ସେ ଏହାକୁ ଫେରସ୍ତ କରିବାରେ ଅକ୍ଷମ ହେବାରୁ ତାଙ୍କ ପତ୍ନୀଙ୍କୁ ଋଣଦାତା ଜଣକ ଦୁଷ୍କର୍ମ କରିଛି।

Stop Rape

Stop Rape

Advertisment

ସୁଧ କାରବାରରୁ ଭୟଙ୍କର ଘଟଣା ଘଟିଛି। ଜଣେ ୪୭ ବର୍ଷୀୟ ସୁଧ ବେପାରୀ ବା ମହାଜନ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଋଣ ଟଙ୍କା ପାଇଁ ଦୁଷ୍କର୍ମ କରିଛି।

Advertisment

ବ୍ୟକ୍ତି ଜଣଙ୍କ ମହାଜନ ଠାରୁ କିଛି ଟଙ୍କା ଋଣ ଆକାରରେ ନେଇଥିଲେ। ହେଲେ ସେ ଏହାକୁ ଫେରସ୍ତ କରିବାରେ ଅକ୍ଷମ ହେବାରୁ ତାଙ୍କ ପତ୍ନୀଙ୍କୁ ଋଣଦାତା ଜଣକ ଦୁଷ୍କର୍ମ କରିଛି। ମହାରାଷ୍ଟ୍ରର ପୁଣେରୁ ଏପରି ଖବର ସାମ୍ନାକୁ ଆସିଛି।

ପୁଲିସ୍‌ କହିଛି ଯେ ଚଳିତ ବର୍ଷ ଫେବୃଆରୀରେ ଏହି ଘଟଣା ଘଟିଥିଲା ଓ ଅଭିଯୁକ୍ତକୁ ଗିରଫ କରାଯାଇ ସାରିଛି। ପୀଡ଼ିତାଙ୍କ ସ୍ୱାମୀ ଅଭିଯୁକ୍ତ ଠାରୁ କିଛି ଟଙ୍କା ଧାର ନେଇଥିଲେ।

Advertisment

କିନ୍ତୁ ସେ ଏହାକୁ ଆଉ ଫେରସ୍ତ କରିପାରି ନଥିଲେ। ଏହାକୁ ନେଇ ଋଣଦାତା ଜଣଙ୍କ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା। ସେ ଟଙ୍କା ନେଇଥିବା ବ୍ୟକ୍ତିଙ୍କୁ ଛୁରୀ ଦେଖାଇ ଡରାଇଥିଲେ। ଏହାପରେ ତାଙ୍କରି ସାମ୍ନାରେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲା।

ଖାଲି ସେତିକି ନୁହେଁ, ଅଭିଯୁକ୍ତ ଜଣଙ୍କ ଘଟଣା ବେଳର ଦୃଶ୍ୟକୁ ମୋବାଇଲରେ କଏଦ କରିବା ସହ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ପୁଲିସ୍‌ ଅଭିଯୁକ୍ତକୁ ଗରିଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି। ଅଭିଯୁକ୍ତ ନାଁରେ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଦଫାରେ ମାମଲା ହୋଇଛି।

Maharashtra Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe