Advertisment

ଚାଲି ଚାଲି ଯାଉଥିଲେ ପ୍ରଧାନ ଶିକ୍ଷକ, ଗୁଳି କରିଦେଲେ ଦୁର୍ବୃତ୍ତ

ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଯାହା ଶୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Firing

Firing

Advertisment

ଚାଲି ଚାଲି ସ୍କୁଲ ଯାଉଥିଲେ ପ୍ରଧାନ ଶିକ୍ଷକ। ହଠାତ୍‌ ପଛରୁ ବାଇକରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ। ଉତ୍ତରପ୍ରଦେଶର ମୁରାଦାବାଦରେ ଦିନ ଦ୍ୱିପହରେ ସମସ୍ତ ସାମ୍ନାରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

Advertisment

ଶବାବୁଲ ହୁସେନ। ସେ ଉତ୍ତରପ୍ରଦେଶ ମୁରାଦାବାଦର ସାଇ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଅଟନ୍ତି। ତେବେ ସବୁଦିନ ଭଳି ଗତକାଲି ମଧ୍ୟ ସକାଳୁ ସେ ଘରୁ ଚାଲି ଚାଲି ସ୍କୁଲ ଯିବାକୁ ବାହାରିଥିଲେ। ରାସ୍ତରେ ଯାଉଥିବା ବେଳେ ହଠାତ୍‌ ପଛରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ କାନ ମୁଣ୍ଡା ଉପରକୁ ଗୁଳିମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶବାବୁଲ ହୁସେନ ଟଳି ପଡିଥିଲେ।

ଏହାପରେ ଆଖପାଖର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହି ଘଟଣା ମୁରାଦାବାଦର ମଞ୍ଜୋଲା ପୁଲିସ ଷ୍ଟେସନର ଲାକଡି ଫଜଲପୁର ଅଞ୍ଚଳରେ ଘଟିଛି। ମୃତ ଶାବୁଲ ସାଇ ବିଦ୍ୟା ମନ୍ଦିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ। ସାଇ ବିଦ୍ୟା ମନ୍ଦିର ବିଦ୍ୟାଳୟ ଜଣେ ବିଜେପି ନେତାଙ୍କ ସ୍କୁଲ ବୋଲି କୁହାଯାଉଛି।

Advertisment

ଦିନ ଦ୍ୱିପହରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖୋଳି ଯାଇଛି। ତେବେ କିଏ ଓ କାହିଁକି ତାଙ୍କୁ ଏଭଳି ହତ୍ୟା କଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏପିରିକି ଏପର୍ଯ୍ୟନ୍ତ ଏହି ମାମଲରେ ପୁଲିସ କାହାକୁ ଗିରଫ କରିବାରେ ସଫଳ ହୋଇନାହିଁ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଜ୍ଞାତ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ପୁଲିସ।

Uttar Pradesh Crime Teacher Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe