Advertisment

ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ

କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇକୁ ନେଇ ବେପାର କରୁଛନ୍ତି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କଠାରୁ ମାସିକ ସେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।

Ganja

Ganja

Advertisment

ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ। କିଏ ଚୋରା ମଦ କାରବାର କରୁଛନ୍ତି ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଛନ୍ତି। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇକୁ ନେଇ ବେପାର କରୁଛନ୍ତି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କଠାରୁ ମାସିକ ସେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।

Advertisment

ଏଭଳି ପ୍ରମାଣ ପରେ ଆକ୍ସନ ମୋଡରେ ଅବକାରୀ କମିଶନର। ଆରମ୍ଭ ହୋଇଛି ସଫେଇ ଅଭିଯାନ। ବର୍ଷକ ମଧ୍ୟରେ ୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ୨୦ ଜଣଙ୍କୁ ନିଲମ୍ବିତ କରିଛି ବିଭାଗ। ଚାକିରିରୁ ବହିଷ୍କୃତ ବାଲେଶ୍ୱର ଅବକାରୀ କନଷ୍ଟେବଳ ଭାବେ କାମ କରୁଥିବା ରାଜୀବ କୁମାର ଭଞ୍ଜଙ୍କ ବିରୋଧରେ ମିଳିଥିବା ପ୍ରମାଣ ସମସ୍ତଙ୍କ ହୋସ୍‌ ଉଡାଇ ଦେବ। ନାମକୁ ମାତ୍ର କନଷ୍ଟେବଲ ଥିଲେ ରାଜୀବ। ହେଲେ ବାସ୍ତବରେ ସେ ଉତ୍ତର ଓଡ଼ିଶାର ସବୁଠାରୁ ବଡ଼ ଚୋରା ଦେଶୀ ଓ ବିଦେଶୀ ମଦ ସପ୍ଲାଏର ବୋଲି ପ୍ରମାଣ ପାଇଛନ୍ତି ଅବକାରୀ କମିଶନର। ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ।

Bhubaneswar Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe