Advertisment

ବୋଲେରରୁ ୨ ଲକ୍ଷରୁ ଅଧିକ ଟଙ୍କା ଜବତ

ଗାଡ଼ିରୁ ଯାଞ୍ଚ ବେଳେ ୨ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା।

author-image
Biswajit Samal
Money

Money

ନିର୍ବାଚନ ପାଇଁ ଫ୍ଲାଇଂସ୍କୁୱାର୍ଡ଼ର ଚେକିଂ କରୁଥିବା ବେଳେ ଗୋଟିଏ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଏଥିରେ ଜଣଙ୍କୁ ଅଟକ ରଖିଛି। ଅଟକ ଜଣକ ହେଚନ୍ତି ଇଂ ରଜନୀ କାନ୍ତ ମହାନ୍ତ।

Advertisment

ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମଖୁଣ୍ଟା ବ୍ଲକର ରଙ୍ଗାମାଟି ଛକରେ ଆଜି ଫ୍ଲାଇଂସ୍କୁୱାର୍ଡ଼ର ଚେକିଂ କରୁଥିଲା। ସେଇ ସମୟରେ ଏକ ବୋଲେର ଗାଡ଼ି ଆସିଥିଲା। ସନ୍ଦେହରେ ସେ ଗାଡ଼ିକୁ ଅଟକ କରିଥିଲା ଟିମ୍‌। ଉକ୍ତ ଗାଡ଼ିରୁ ଯାଞ୍ଚ ବେଳେ ୨ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା।

ଆଜି ବାରିପଦା ରେ ସମସ୍ତ ରାଜନୈତିକ ଦଳର ବିଶାଳ ରାଲି ଚାଲିଥିବା ବେଳେ ଏତେ ଗୁଡ଼ିଏ ଟଙ୍କା ନେଇ ରଜନୀ କାନ୍ତ ମହାନ୍ତ କୁଆଡ଼େ ଓ କାହିଁକି ଯାଉଥିଲେ ଫ୍ଲାଇଂସ୍କୁୱାର୍ଡ଼ ଟିମ ର ସନ୍ଦେହ ହୋଇଥିଲା। ତାଙ୍କୁ ଫ୍ଲାଇଂସ୍କୁୱାର୍ଡ଼ ଅଟକ ରଖି ପଚରା ଉଚୁରା କରିବା ସହ ସମସ୍ତ ଟଙ୍କାଙ୍କୁ ଆଇଟି ବିଭାଗକୁ ହସ୍ତାନ୍ତର କରିଛି। ଅଟକ ଶ୍ରୀ ମହାନ୍ତ ମୂଳରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମ୍ପର୍କରେ ରହିଥିବା ବେଳେ ତାଙ୍କ ଠାରୁ ଟଙ୍କା ଜବତ ହେବା ଘଟଣା ଆହୁରି ସନ୍ଦେହ ଘେରକୁ ଟାଣୁଛି।

Advertisment
Black Money