Advertisment

ଖୋଲିବ ସମବାୟ ପେଡ଼ି, ବନ୍ଧା ହେବେ ସରକାରୀ ବାବୁ

ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମାତ୍ର ୧୪ କୋଟି ଟଙ୍କା ଅସୁଲ କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର।

author-image
Manoranjan Sial
Cooperative Bank

Cooperative Bank

ଖୋଲିବ ସମବାୟ ଦୁର୍ନୀତି ପେଡି! ବନ୍ଧା ହେବେ ଅଧିକାରୀ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା! ବୁଧବାର ବିଧାନସଭାରେ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ। ମିଳିଥିବା ସୂଚନା ଅନୁସାରେ ସମବାୟ ବ୍ୟାଙ୍କ ଗୁଡିକରେ ହୋଇଛି ୨୦୦ କୋଟିରୁ ଅଧିକ ଦୁର୍ନୀତି।

Advertisment

ତଥ୍ୟ କହୁଛି, ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମାତ୍ର ୧୪ କୋଟି ଟଙ୍କା ଅସୁଲ କରିବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର। ଦୁର୍ନୀତିରେ ସଂପୃକ୍ତ ମାତ୍ର ୫୨୧ ଜଣ କର୍ମଚାରୀଙ୍କ ଉପରେ ହୋଇଛି କାର୍ଯ୍ୟନୁଷ୍ଠାନ। ସେହିପରି ରାଜ୍ୟରେ ଥିବା ୧୩ଟି ଅର୍ବାନ କୋପରେଟିଭ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷ ଟଙ୍କାର ହେରଫେର ହୋଇଛି। ହେଲେ ଆଦାୟ ହୋଇଛି ମାତ୍ର ୧ କୋଟି ୮୪ ଲକ୍ଷ ଟଙ୍କା। ଆଉ ୧୯ କୋଟି ୩୪ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ। ଏହି ଦୁର୍ନୀତିରେ ୧୮୫ ଜଣଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ।

ବଡ଼ କଥା ହେଲା, ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ଦୁଇଟି ବୋର୍ଡ ଯଥା ଓଡ଼ିଶା ରାଜ୍ୟ ସମବାୟ ବୋର୍ଡ ଓ ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ କମିଟିକୁ ଭାଙ୍ଗି ଦେଇଛନ୍ତି ସରକାର। ତେଣୁ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଏପଟେ ବିଜେପି-ବିଜେଡି ଭିତରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ ରାଜନୀତି।

Advertisment

ସେପଟେ ବିଧାନସଭାରେ ସମବାୟ କେଳେଙ୍କାରୀ ତଥ୍ୟା ସାମ୍ନାକୁ ଆସିବା ପରେ ଆଠଗଡରେ ପୁଣି ତେଜିଛି ସମବାୟ ଦୁର୍ନୀତି ତାତି। କାରଣ ଗୁରୁଡିଝାଟିଆ ସୋସାଇଟି ଅନ୍ତର୍ଗତ ଚାଷୀମାନେ ସମବାୟ ଦୁର୍ନୀତି ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚାଷୀ କୈଳାସ ଚନ୍ଦ୍ର ନାୟକଙ୍କ ଖାତାରେ ପଡିଛି ୯ ହଜାର ଟଙ୍କାର ଋଣ। ହେଲେ ତାଙ୍କ ନାଁରେ ଉଠା ହୋଇଛି ଲକ୍ଷେ ୪୫ ହଜାର ଟଙ୍କା।

ସେହିପରି ଆଉ ଆଉ ବୃଦ୍ଧା ହେଉଛନ୍ତି ରଜନୀ। ସେ ଦସ୍ତଖତ ଜାଣି ନାହାନ୍ତି। ହେଲେ ତାଙ୍କ ନାଁରେ ସୋସାଇଟିରେ ଗଡୁଛି ୩ ଲକ୍ଷ ୬୦ ହଜାର ଟଙ୍କାର ଋଣ। ସେଥିପାଇଁ ପୂର୍ବରୁ ବ୍ଲକରୁ ବିଧାନସଭା ଯାଏଁ ପ୍ରତିବାଦ କରିଛନ୍ତି। ହେଲେ ସରକାର ତାଙ୍କ କଥା ଶୁଣି ନାହାନ୍ତି। କଟକ ସମବାୟ ସମିତିର ସଭାପତି ଥିଲେ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ୱାଇଁ। ଦୁଇ ଜଣଙ୍କ ନାଁରେ ଅଭିଯୋଗ ଆଣିଥିଲେ ସ୍ଥାନୀୟ ବାସିନ୍ଦା। ଚାଷୀଙ୍କ ଆଶା ନୂଆ ସରକାର ତଦନ୍ତ କରି ନ୍ୟାୟ ଦେବେ।

BjD Bjp Cooperative Bank