Advertisment

ବସ୍‌କୁ ଅପେକ୍ଷା କରିଥିଲେ ସରକାରୀ ବାବୁ; ଭିଜିଲାନ୍ସ ଚଢ଼ାଉ କରି ଜବତ କଲା ୨.୭୩ ଲକ୍ଷ ଟଙ୍କା, ଘରୁ ବାହାରିଲା ଆଉ ୧.୮୦ ଲକ୍ଷ

ଏହି ସରକାରୀ ବାବୁଙ୍କ ଠାରୁ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି।

ଅଦ୍ୟତନ ହୋଇଛି
Money and Govt Official

Money and Govt Official

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehousing Corporation)ର ନିମାପଡ଼ା ସ୍ଥିତ ଗୋଦାମର ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି। ତାଙ୍କ ଠାରୁ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି।

Advertisment

ଦେବୀ ପ୍ରସାଦ ମହାନ୍ତି ଆଜି ନିମାପଡ଼ାରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ହଠାତ୍ ଚଢ଼ାଉ କରି ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ସେଥିରେ ନଗଦ ୨.୧୪ ଲକ୍ଷ ଟଙ୍କା ଥିଲା। ତାଙ୍କୁ ଯାଞ୍ଚ କରାଯିବାରୁ ଆଉ ୫୯ ହଜାର ୬୧୦ ଟଙ୍କା ବାହାରିଥିଲା। ଶ୍ରୀ ମହାନ୍ତି ଏହି ଅର୍ଥ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।

ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିଲା। ସେଠାରେ ଯାଞ୍ଚ ବେଳେ ଆହୁରି ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ବାହାରିଥିଲା। ଏମିତି ମୋଟ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି। କିଛି ସୁନା ଅଳଙ୍କାର ବି ଜବତ କରାଯାଇଥିବା ସୂଚନା ରହିଛି। 

Advertisment

ଏତେ ପରିମାଣରେ ନଗଦ ଅର୍ଥ ବାହାରିବା ପରେ ଦେବୀପ୍ରସାଦ ମହାନ୍ତି ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କର ମୋଟ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଏସବୁ ନଗଦ ଅର୍ଥ ଦେବୀପ୍ରସାଦ ମହାନ୍ତି କେଉଁଠାରୁ ଆଣିଲେ,ସେ ନେଇ ତାଙ୍କୁ ପଚରାଉଚରା କରାଯାଉଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe