Advertisment

କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

ସମସ୍ତ ଦୁର୍ବୃତ୍ତ କଳା ଚଷମା ଓ ମୁଖା ପିନ୍ଧିଥିବା ସହିତ ହିନ୍ଦୀ ଓ ବଙ୍ଗଳାରେ କଥାବାର୍ତ୍ତା କରୁଥିଲେ।

author-image
Jitendra Garnayak
Odisha Gramya Bank

Odisha Gramya Bank

ବାରିପଦାରୁ ୭ କିଲୋମିଟର ଦୂରରେ ୧୮ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ୫ରୁ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

କୁଚେଇର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏକ ଦୁଇ ମହଲା କୋଠାର ଉପର ମହଲାରେ ଚାଲିଥିବା ବେଳେ ତଳ ମହଲାରେ ଏକ ସିମେଣ୍ଟ ଓ ଲୁହା ରଡ୍‌ ଦୋକାନ ରହିଛି। ଏହି ସଶସ୍ତ୍ର ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଆସିଥିଲେ। ସେମାନେ ବ୍ୟାଙ୍କ ଭିତରେ ପ୍ରବେଶ କରିବାମାତ୍ରେ କର୍ମଚାରୀ ଓ ଗ୍ରାହକମାନଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରି ଟଙ୍କା ଲୁଟି ନେଇଥିଲେ।

ସମସ୍ତ ଦୁର୍ବୃତ୍ତ କଳା ଚଷମା ଓ ମୁଖା ପିନ୍ଧିଥିବା ସହିତ ହିନ୍ଦୀ ଓ ବଙ୍ଗଳାରେ କଥାବାର୍ତ୍ତା କରୁଥିଲେ। ସେମାନେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଅନ୍ତଃରାଜ୍ୟ ଲୁଟେରା ବୋଲି ସନ୍ଦେହ କରାଯାଉଛି। ସେମାନେ ବ୍ୟାଙ୍କର ହାର୍ଡଡିସ୍କକୁ ମଧ୍ୟ ନେଇଯାଇଥିବା ଜଣାପଡ଼ିଛି। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ ସେମାନେ ତାଲା ପକାଇ ପଳାଇ ଯାଇଥିଲେ।

Advertisment

ଖବର ପାଇ କୁଳିଅଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଦୁର୍ବୃତ୍ତମାନଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ।

Bank Loot