Odisha Gramya Bank
ବାରିପଦାରୁ ୭ କିଲୋମିଟର ଦୂରରେ ୧୮ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ୫ରୁ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
କୁଚେଇର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏକ ଦୁଇ ମହଲା କୋଠାର ଉପର ମହଲାରେ ଚାଲିଥିବା ବେଳେ ତଳ ମହଲାରେ ଏକ ସିମେଣ୍ଟ ଓ ଲୁହା ରଡ୍ ଦୋକାନ ରହିଛି। ଏହି ସଶସ୍ତ୍ର ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଆସିଥିଲେ। ସେମାନେ ବ୍ୟାଙ୍କ ଭିତରେ ପ୍ରବେଶ କରିବାମାତ୍ରେ କର୍ମଚାରୀ ଓ ଗ୍ରାହକମାନଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରି ଟଙ୍କା ଲୁଟି ନେଇଥିଲେ।
ସମସ୍ତ ଦୁର୍ବୃତ୍ତ କଳା ଚଷମା ଓ ମୁଖା ପିନ୍ଧିଥିବା ସହିତ ହିନ୍ଦୀ ଓ ବଙ୍ଗଳାରେ କଥାବାର୍ତ୍ତା କରୁଥିଲେ। ସେମାନେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଅନ୍ତଃରାଜ୍ୟ ଲୁଟେରା ବୋଲି ସନ୍ଦେହ କରାଯାଉଛି। ସେମାନେ ବ୍ୟାଙ୍କର ହାର୍ଡଡିସ୍କକୁ ମଧ୍ୟ ନେଇଯାଇଥିବା ଜଣାପଡ଼ିଛି। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ ସେମାନେ ତାଲା ପକାଇ ପଳାଇ ଯାଇଥିଲେ।
ଖବର ପାଇ କୁଳିଅଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଦୁର୍ବୃତ୍ତମାନଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1750771114.jpg)