Advertisment

୮ ହଜାରରୁ ଅଧିକ ବୋତଲ କଫ ସିରପ ଜବତ, ୩ ଗିରଫ

ଗତ ୨୨ ତାରିଖରେ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୭,୮୦୦ ବୋତଲ କଫ ସିରପ ଜବତ କରାଯାଇଥିଲା ଏବଂ ୫୮ ଜଣଙ୍କୁ ଗିରଫ କରାଯାଇଥିଲା।

Cough Syrup

Cough Syrup

Advertisment

ବରଗଡ଼ ପୁଲିସ୍ ୮,୩୮୦ ବୋତଲ କଫ ସିରଫ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ବରଗଡ଼ ଏସ୍‌ପି ପ୍ରହ୍ଲାଦ ସହାୟ ମୀନା ଏହି ସୂଚନା ଦେଇଛନ୍ତି।

Advertisment

ଗିରଫ ୩ ଅଭିଯୁକ୍ତ ହେଉଛନ୍ତି, କଟକ ଜିଲ୍ଲା ଚୌଦ୍ୱାର ଥାନା ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ, କଟକ ସହରର ପୂର୍ଣ୍ଣଚନ୍ଦ୍ର ବେହେରା ଓ ବରଗଡ଼ର ଗଙ୍ଗାଧର ନଗରର ଲକ୍ଷ୍ମୀଧର ବେହେରା।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୭,୮୦୦ ବୋତଲ କଫ ସିରପ ଜବତ କରାଯାଇଥିଲା ଏବଂ ୫୮ ଜଣଙ୍କୁ ଗିରଫ କରାଯାଇଥିଲା। ସେହି ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ବେଳେ ଏହି କଫ ସିରପ ବେପାର ଚେର କଟକକୁ ଲମ୍ବି ଥିବା ଜଣାପଡ଼ିଥିଲା। କଟକରେ ଏକ ଗୋଦାମରେ କଫ ସିରପ ଗଚ୍ଛିତ ହୋଇ ରହୁଥିବା ଓ ସେଠାରୁ ବିଭିନ୍ନ ଜିଲ୍ଲାକୁ ଯୋଗାଣ ହେଉଥିବା ଜଣାପଡ଼ିଥିଲା। ତା’ପରେ ବରଗଡ଼ ପୁଲିସ୍‌ର ଏକ ଟିମ୍ କଟକ ଯାଇ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲେ। ସେଠାରୁ ୮,୩୮୦ ବୋତଲ କଫ ସିରପ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ୍।

Advertisment

ଏହି ସବୁ କଫ ସିରପ ଦିଲ୍ଲୀର ଏକ କମ୍ପାନୀରୁ ଆସୁଥିବା ବେଳେ ଉକ୍ତ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ ଫ୍ରିଜ୍‌ କରିଛି। ଉକ୍ତ ଆକାଉଣ୍ଟରେ ୩୧ ଲକ୍ଷ ୯୨ ହଜାର ୫୮୨ ଟଙ୍କ ଅଛି। ବରଗଡ଼ ପୁଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେ ସଂପର୍କରେ ଜାଣିବାକୁ ଖୋଳତାଡ଼ କରାଯାଉଥିବା ଏସ୍‌ପି କହିଛନ୍ତି।

Odisha Police Police Cough Syrup Cough Medicines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe