Advertisment

ଚେକିଂ ବେଳେ ରାଜଧାନୀରୁ ଜବତ ହେଲା ୩ ଲକ୍ଷରୁ ଅଧିକ ଟଙ୍କା

ରାତିରେ ବ୍ଲକିଂ କରି ପୁଲିସ ଯାଞ୍ଚ କରିବା ବେଳେ ଗୋଟିଏ କାରରୁ ପୁଳା ପୁଳା ଟଙ୍କା ଜବତ ହୋଇଛି

ଅଦ୍ୟତନ ହୋଇଛି
 Money

Money

Advertisment

ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ସେଥି ପାଇଁ ସବୁଠି ବ୍ଲକିଂ ଆଉ ଚେକିଂ ଚାଲିଛି। ରାଜଧାନୀରୁ ଚେକିଂ ବେଳେ ମିଳିଲା ପୂଳାପୂଳା ଟଙ୍କା। କାରରୁ ମିଳିଲା ୩ ଲକ୍ଷ ୬୦ ହଜାର ଟଙ୍କା। ଟଙ୍କା ନେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅମ୍ଲଳାନ ଯୋତି ପ୍ରକାଶ ସିଂ। ସେ ଏକ ପାଣି ପାଉଚ କମ୍ପାନୀର ମାଲିକ। ତାଙ୍କ ଘର ହେଉଛି ଚନ୍ଦକା।

Advertisment

ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଓମ୍ଫେଡ଼ ଛକ ନିକଟରେ ଚେକିଂ ଚାଲିଥିବା ବେଳେ ଗାଡ଼ିରୁ ଜବତ ହୋଇଛି ୩ ଲକ୍ଷ ୬୦ ହଜାର ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ଟଙ୍କା ସହ ଗାଡ଼ିକୁ ଜବତ କରିଛି। ପ୍ରକୃତରେ କାହାର ଏହି ଟଙ୍କା? କୁଆଡ଼େ ଯାଉଥିଲା ? ଟଙ୍କାର ଉତ୍ସ କ’ଣ ? କ’ଣ ପାଇଁ କାରରେ ଏତେ ପରିମାଣର ଟଙ୍କା ନିଆଯାଉଥିଲା ? ଟଙ୍କା ନେଇ ଯାଇଥିବା ବ୍ୟକ୍ତି ଏହାର କୌଣସି ସନ୍ତୋଷଜନକ ଉତ୍ତର ପୁଲିସକୁ ଦେଇ ପାରି ନଥିଲେ। ସେଥି ପାଇଁ ପୁଲିସ ଏ ଟଙ୍କାଙ୍କୁ ଜବତ କରି ଚନ୍ଦ୍ରଶେଖରପୁର ଥାନାରେ ରଖିଛି।

ଅମ୍ଲଳାନ ଯୋତି ପ୍ରକାଶ ସିଂ ପୁଲିସକୁ କହିଛନ୍ତି ତାଙ୍କ ଗୋଟିଏ ପାଣି କମ୍ପାନି ଅଛି ସାତଶଙ୍ଖ ପୁରୀରେ। ସେ ତାଙ୍କ କମ୍ପାନିର କର୍ମଚାରୀ ମାନଙ୍କୁ ଟଙ୍କା ଦେବା ପାଇଁ ନେଉଥିଲେ। ହେଲେ ଏହା ପ୍ରକୃତରେ କେତେ ସତ ତାହା ପୁଲିସ ତଦନ୍ତ କରୁଛି।

Advertisment
Black Money
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe