Advertisment

ଅଶାଳୀନ ବ୍ୟବହାର, ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଲେ ୩୦ରୁ ଅଧିକ ଛାତ୍ରୀ

ଅଧ୍ୟକ୍ଷା ଅଭିଯୋଗ ପାଇବା ପରେ ତାକୁ କଲେଜର ଆଣ୍ଟି ସେକ୍ସ୍ୟୁଆଲ ହାରାସମେଣ୍ଟ ସେଲକୁ ପଠାଇ ଦେଇଛନ୍ତି।

Inappropriate Touch

Inappropriate Touch

Advertisment

ବାରିପଦା ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ପୁଣି ଜଣେ କି ଦୁଇ ଜଣ ନୁହଁନ୍ତି, ୩୪ ଜଣ ଛାତ୍ରୀ ଉକ୍ତ ଅଧ୍ୟାପକଙ୍କ ନାଁରେ କଲେଜର ଅଧ୍ୟକ୍ଷାଙ୍କ ନିକଟରେ କରିଛନ୍ତି ଅଭିଯୋଗ।

Advertisment

ଅଧ୍ୟକ୍ଷା ଅଭିଯୋଗ ପାଇବା ପରେ ତାକୁ କଲେଜର ଆଣ୍ଟି ସେକ୍ସ୍ୟୁଆଲ ହାରାସମେଣ୍ଟ ସେଲକୁ ପଠାଇ ଦେଇଛନ୍ତି। ସେମାନେ ତଦନ୍ତ କରି ରିପୋର୍ଟ ଦେଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି।

ଛାତ୍ରୀମାନେ ଏହି ଅଧ୍ୟାପକଙ୍କ ଅଶାଳୀନ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ରହିଥିଲେ। ତେବେ ଏକ ଭିଡିଓ ଭାଇରାଲ ହେବା ପରେ ସେମାନେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଭାଇରାଲ ଭିଡିଓଟିରେ ଅଧ୍ୟାପକ ଜଣଙ୍କ ଖାତା ଦେଖିବା ବାହାନାରେ ଜଣେ ଛାତ୍ରୀଙ୍କ ଛାତିରେ ହାତ ମାରୁଥିବା ଦେଖିବାକୁ ମିଳିଛି।

Advertisment

ଭିଡିଓଟି ଭାଇରାଲ ହେବା ପରେ ଛାତ୍ରୀମାନେ ରାଗି ଯାଇଥିଲେ। ସେପ୍ଟେମ୍ବର ୩୦ ତାରିଖରେ ସେମାନେ ଏକାଠି ହୋଇ ଲିଖିତ ଭାବେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ବାରିପଦାର ବହୁ ପୁରାତନ ଓ ପ୍ରତିଷ୍ଠିତ ମହିଳା ମହାବିଦ୍ୟାଳୟରେ ଏମିତିକି ଏକ ଘଟଣା ଘଟିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ରିପୋର୍ଟ- ମାନିକ ଲାଲ୍ ପାଣି

Sexual Harassment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe