ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାରଖାର ହୋଇଗଲା ପରିବାର। ଏକସଙ୍ଗେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ସମେତ ତାଙ୍କ ୩ ପୁଅଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି। ଏପରି ଏକ ଲୋମଟାଙ୍କୁରା କାଣ୍ଡ କର୍ଣ୍ଣାଟକାର ଉଡ଼ୁପି ଜିଲ୍ଲାରେ ଘଟିଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତକାଲି ଦୁର୍ବୃତ୍ତମାନେ ମହିଳାଙ୍କ ଘରେ ପଶିଥିଲେ। ସେମାନେ ପ୍ରଥମେ ମହିଳାଙ୍କ ସମେତ ତାଙ୍କ ଦୁଇ ବଡ଼ ପୁଅଙ୍କୁ ହତ୍ୟା କରିଥିଲେ। ମା’ ଓ ଭାଇମାନଙ୍କ ଚିତ୍କାର ଶୁଣି ୧୨ ବର୍ଷୀୟ ସାନ ଭାଇ ଉଠିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ।
ଉକ୍ତ ସମୟରେ ଘରେ ଥିବା ମହିଳାଙ୍କ ଶାଶୁ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ମା’ପୁଅଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
Also Read
ଖବର ପାଇ ତୁରନ୍ତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୂର୍ବ ଶତ୍ରୁତାରୁ କିମ୍ବା ଲୁଟ୍ ପାଇଁ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଛନ୍ତି ପୁଲିସ୍ ତାହାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୁଲିସ୍ କାହାକୁ ଗିରଫ କରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବଢ଼ୁଛି ବିଷ୍ଣୁପଦଙ୍କ ଅଡ଼ୁଆ
ରାଜ୍ୟ ଉଦ୍ୟୋଗକୁ ନଦେଇ କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ହାଇସ୍କୁଲ କାମ ବାଣ୍ଟିଥିଲେ ବିଷ୍ଣୁପଦ। କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ ଅପଗ୍ରେଡେସନ କାମ ଦେଇଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।
Crime
ମୃତ ମହିଳା କିଏ? UPI ପେମେଣ୍ଟରୁ ମିଳିଲା ହତ୍ୟାକାରୀର ଠିକଣା
ଜଗନ୍ନାଥ ଦେହୁରୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ମୃତ ମହିଳା ପରିଚୟ। ସେ ହେଉଛନ୍ତି ତାଙ୍କ ଭାଉଜ ପଦ୍ମାବତୀ ସାମଲ। ତାଙ୍କ ବଡ଼ଭାଇ ବଳରାମ ଦେହୁରୀଙ୍କ ପତ୍ନୀ।
Crime
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଶାଳୀକୁ ତିନିଖଣ୍ଡ କରିଦେଲା ଭିଣୋଇ
ଶାଳୀକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତିନି ଖଣ୍ଡ କରି କାଟି ଦେଲା ଅଭିଯୁକ୍ତ ଭିଣୋଇ ଅତିଉର ରେହମାନ ଲସ୍କର। ଅଳିଆ ଗଦାରୁ ମହିଳାଙ୍କ କଟା ମୁଣ୍ଡ ମିଳିବାର ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ବାନ୍ଧିଛି ପୁଲିସ।
Crime
ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ
ମୃତ ବଳରାମ ଖରାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ଗାଁରେ। କିନ୍ତୁ ସେ ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଆର୍ଆଇ କଲୋନୀରେ ଘର ଭଡ଼ା ନେଇ ପରିବାର ଲୋକଙ୍କ ସହ ରହୁଥିଲେ।
Crime
ଆତ୍ମହତ୍ୟା ନା ହତ୍ୟା; ବାପ ଘର ଆଣିଲେ ଯୌତୁନ ନିର୍ଯାତନା ଅଭିଯୋଗ
୬ ବର୍ଷ ତଳେ ମାହାଙ୍ଗା ଅଞ୍ଚଳର ସୁଭଦ୍ରା ସାହୁଙ୍କ ବିବାହ ଚାଉଳିଆଗଞ୍ଜ ଅଞ୍ଚଳରେ ବିବାହ ହୋଇଥିଲେ। ବାହାଘର ପରେ ପରିବାର ଠିକ୍ଠାକ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇଟି ପିଲା ଅଛନ୍ତି।