Advertisment

ଘରେ ପଶିଲେ ଦୁର୍ବୃତ୍ତ, ମା’ ସମେତ ୩ ପୁଅଙ୍କୁ ଭୁସିଲେ ଛୁରି

ଗତକାଲି ଦୁର୍ବୃତ୍ତମାନେ ମହିଳାଙ୍କ ଘରେ ପଶିଥିଲେ। ସେମାନେ ପ୍ରଥମେ ମହିଳାଙ୍କ ସମେତ ତାଙ୍କ ଦୁଇ ବଡ଼ ପୁଅଙ୍କୁ ହତ୍ୟା କରିଥିଲେ।

undefined

Stabbing

Advertisment

ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାରଖାର ହୋଇଗଲା ପରିବାର। ଏକସଙ୍ଗେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ସମେତ ତାଙ୍କ ୩ ପୁଅଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି। ଏପରି ଏକ ଲୋମଟାଙ୍କୁରା କାଣ୍ଡ କର୍ଣ୍ଣାଟକାର ଉଡ଼ୁପି ଜିଲ୍ଲାରେ ଘଟିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ଦୁର୍ବୃତ୍ତମାନେ ମହିଳାଙ୍କ ଘରେ ପଶିଥିଲେ। ସେମାନେ ପ୍ରଥମେ ମହିଳାଙ୍କ ସମେତ ତାଙ୍କ ଦୁଇ ବଡ଼ ପୁଅଙ୍କୁ ହତ୍ୟା କରିଥିଲେ। ମା’ ଓ ଭାଇମାନଙ୍କ ଚିତ୍କାର ଶୁଣି ୧୨ ବର୍ଷୀୟ ସାନ ଭାଇ ଉଠିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଉକ୍ତ ସମୟରେ ଘରେ ଥିବା ମହିଳାଙ୍କ ଶାଶୁ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ମା’ପୁଅଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

Advertisment

ଖବର ପାଇ ତୁରନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୂର୍ବ ଶତ୍ରୁତାରୁ କିମ୍ବା ଲୁଟ୍‌ ପାଇଁ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଛନ୍ତି ପୁଲିସ୍‌ ତାହାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୁଲିସ୍‌ କାହାକୁ ଗିରଫ କରି ନାହିଁ।

Karnataka Family Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe