Advertisment

ଭାଇ ବୋହୂ ଓ ଝିଆରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦେଢ଼ଶୁର

ପାରିବାରିକ ଗଣ୍ଡଗୋଳ ଯୋଗୁ ସୁକିନ୍ଦା ଅଞ୍ଚଳର ଦିଲ୍ଲୀପ ମହାପାତ୍ର ତାଙ୍କ ପୁଅ ଗଣେଶଙ୍କୁ ଆକ୍ରମଣ କରିବା ପାଇଁ କଟୁରୀ ଧରି ଗୋଡାଉ ଥିଲା। ହେଲେ ହାବୁଡରେ ପଡ଼ି ଯାଇଥିଲେ ସାନଭାଇର ସ୍ତ୍ରୀ(ଭାଇବୋହୂ) ଅମିତା ନାୟକ ଓ ଝିଆରୀ ଲକ୍ଷ୍ମୀପ୍ରିୟା।

Dillip

Dillip

Advertisment

ପୁଅକୁ ଆକ୍ରମଣ କରିବା ପାଇଁ କଟୁରୀ ଧରି ଗୋଡ଼ାଉଥିଲା ବାପା। ହେଲେ ହାବୁଡରେ ଭାଇବୋହୂ ଓ ଝିଆରୀ ପଡ଼ିଥିଲେ। ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା। ଆଜି ଅପରାହ୍ନରେ ଏପରି ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ପାରିବାରିକ ଗଣ୍ଡଗୋଳ ଯୋଗୁ ସୁକିନ୍ଦା ଅଞ୍ଚଳର ଦିଲ୍ଲୀପ ମହାପାତ୍ର ତାଙ୍କ ପୁଅ ଗଣେଶଙ୍କୁ ଆକ୍ରମଣ କରିବା ପାଇଁ କଟୁରୀ ଧରି ଗୋଡାଉ ଥିଲା। ହେଲେ ହାବୁଡରେ ପଡ଼ି ଯାଇଥିଲେ ସାନଭାଇର ସ୍ତ୍ରୀ(ଭାଇବୋହୂ) ଅମିତା ନାୟକ ଓ ଝିଆରୀ ଲକ୍ଷ୍ମୀପ୍ରିୟା। ସେ ସେମାନଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ମାଆ ଓ ଝିଅ ଲହୁ ଲୁହାଣ ହୋଇଥିଲେ। ସାହି ପଡ଼ିଶା ଏନେଇ ପୁଲିସକୁ ଖବର ଦେଇଥିଲେ। ଏଥିସହ ଦିଲ୍ଲୀପକୁ କାବୁ କରି ପୁଲିସ୍‌କୁ ହସ୍ତାନ୍ତର କରିଥିଲେ ଗାଁ ଲୋକେ। ପୁଲିସ ଦିଲ୍ଲୀପକୁ ଅଟକ ରଖିବା ସହିତ ରକ୍ତ ଭିଜା କଟୁରୀ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସେପଟେ ଗାଁ ଲୋକେ ମାଆ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆକ୍ରମଣରେ ଉଭୟଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ସୂଚନାରୁ ପ୍ରକାଶ, ଗତ ଜୁଲାଇ ମାସରେ ଦିଲ୍ଲୀପଙ୍କ ପତ୍ନୀ ଭାନୁମତୀଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ଭାନୁମତୀଙ୍କ ମୃତ୍ୟୁ ପରେ ବାପା ଦିଲ୍ଲୀପ ଓ ପୁଅ ଗଣେଶଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଯେଉଁଥିପାଇଁ ଗଣେଶ ନିଜ ଦାଦା ଅନାମ ମହାପାତ୍ରଙ୍କ ଘରେ ବସାଉଠା କରୁଥିଲେ। ହେଲେ ଅନାମଙ୍କ ଘରେ ଗଣେଶଙ୍କ ବସାଉଠାକୁ ସନ୍ଦେହ କରୁଥିଲେ ଦିଲ୍ଲୀପ। ଅନାମଙ୍କ ପରିବାର ଲୋକେ ଗଣେଶଙ୍କୁ କୁମନ୍ତ୍ରଣା ଦେଉଥିବା ସନ୍ଦେହ କରୁଥିରେ ଦିଲ୍ଲୀପ। ଆଉ ସେଇଠାରୁ ଆରମ୍ଭ ହୋଇଛି କଳି ଓ ଗଣ୍ଡଗୋଳ।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Crime Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe