Advertisment

ପ୍ରକାଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ମା’ପୁଅ ଗିରଫ

ପ୍ରକାଶ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି।‌ ଏହି ହତ୍ୟାକାଣ୍ତ ଘଟଣାରେ ନିଆଳି ପୁଲିସ ଜଣେ ମହିଳା ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା କବିଚନ୍ଦ୍ରପୁରର ପ୍ରକାଶ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରକାଶଙ୍କୁ ହତ୍ୟା କରାଯାଇଥିବା କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି।‌ ଏହି ଘଟଣାରେ ନିଆଳି ପୁଲିସ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

‌କବିଚନ୍ଦ୍ରପୁର ଗାଁର ହୃଦାନନ୍ଦ ସାହୁଙ୍କ ପୁଅ ଜୟଦେବ ସାହୁଙ୍କର ପ୍ରକାଶ ସାହୁଙ୍କ ସହିତ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିଲା। ଘଟଣା ଦିନ ବିଳମ୍ବିତ ରାତିରେ ଜୟଦେବଙ୍କ ଘରକୁ ପ୍ରକାଶ ଯାଇଥିଲେ। ପ୍ରକାଶଙ୍କୁ ଦେଖି ଜୟଦେବ ରାଗି ଯାଇଥିଲେ। ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା।

ଏହାପରେ ଜୟଦେବ ଉତ୍‌କ୍ଷିପ୍ତ ହୋଇ ପ୍ରକାଶଙ୍କ ମୁଣ୍ଡକୁ ହେମଦସ୍ତା ବାଡ଼ିରେ ପିଟି ଦେଇଥିଲେ। ଫଳରେ ପ୍ରକାଶଙ୍କ ମୃତ୍ୟୁ ହୋଇଯାଇଥିଲା। ଜୟଦେବ ଏକ ପ୍ଲାଷ୍ଟିକ ଦୌଡ଼ିରେ ପ୍ରକାଶଙ୍କ ହାତଗୋଡ଼କୁ ବାନ୍ଧି ଜରି ଅଖାରେ ଭର୍ତ୍ତି କରି ଦେଇଥିଲେ। 

Advertisment

ପ୍ରକାଶଙ୍କ ଶବକୁ ଜୟଦେବ ଓ ତାଙ୍କ ମା’ ତନୁବାଳା ସାହୁ ଘର ପାଖ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ପୁଲିସ୍ ତଦନ୍ତ ବେଳେ ଏହି ହତ୍ୟାକାଣ୍ଡରେ ମା’ପୁଅଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନିଆଳି ପୁଲିସ। ଅତିରିକ୍ତ ଏସପି କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ନିଆଳି ପୁଲିସ ଜୟଦେବକୁ ରିମାଣ୍ଡରେ ଆଣିବ।

ରିପୋର୍ଟ- ନିଆଳିରୁ ବିନୟ ମିଶ୍ର

Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe