Advertisment

ମାଆ ଓ ଦୁଇ ବଢ଼ିଲା ଝିଅ ଛାତରୁ ଡେଇଁ ପଡ଼ିଲେ

ଝାରସୁଗୁଡା ସହରରେ ଭଡ଼ାରେ ରହୁଥିଲେ ଗୋଟିଏ ପରିବାର। ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ସେମାନଙ୍କ ଘରେ ପୂଜା କରାଯାଇଥିଲା।

House

House

Advertisment

ମାଆ ଓ ଦୁଇ ବଢ଼ିଲା ଝିଅ ଛାତରୁ ଡେଇଁ ପଡ଼ିଲେ। ହେଲେ ଡେଇଁବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମାନସିକ ପୂରଣ ପାଇଁ ସେମାନେ ଛାତରୁ ଡେଇଁ ପଡ଼ିଥିବା ଚର୍ଚ୍ଚା ହେଉଛି। ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଝାରସୁଗୁଡା ସହରରେ ଭଡ଼ାରେ ରହୁଥିଲେ ଗୋଟିଏ ପରିବାର। ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ସେମାନଙ୍କ ଘରେ ପୂଜା କରାଯାଇଥିଲା। ମାନସିକ ପୂରଣ ପାଇଁ ଏହି ପୂଜା ଆୟୋଜନ କରାଯାଇଥିବା ଚର୍ଚ୍ଚା ହେଉଛି। ରାତିରେ ପୂଜା ପରେ ମାଆ ଓ ତାଙ୍କର ୨୦ରୁ ୨୨ ବର୍ଷର ଦୁଇ ଝିଅ ଛାତ ଉପରୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଶରୀରେ ଲୁଗା ନଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

ତେବେ କ’ଣ ପାଇଁ ମାଆ ଓ ତାଙ୍କର ଦୁଇ ବଢ଼ିଲା ଝିଅ ଉଲ୍ଲଗ୍ନ ହୋଇ ଛାତ ଉପରୁ ଡେଇଁ ପଡ଼ିଲେ, ତାହା ଜଣାପଡ଼ି ନାହିଁ। ସେପଟେ ଘର ମାଲିକ ଏନେଇ ମୁହଁ ଖୋଲୁନଥିବା ବେଳେ ଥାନାରେ ଲିଖିତ ଅଭିଯୋଗ କରୁନାହାନ୍ତି। ତେଣୁ ପୁଲିସ୍ କେବଳ ଆହତଙ୍କ ମେଡ଼ିକାଲ୍‌ରେ ଭର୍ତ୍ତି କରି ଚୁପ୍‌ ବସିଛି।

Advertisment
Crime Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe