Advertisment

ମା’ ସାଜିଲା ପିଶାଚିନୀ, ୬ ମାସ ଶିଶୁପୁତ୍ରର କାଟିଦେଲା ତଣ୍ଟି

ଆଜି ସକାଳେ ମା’ ତାର ୬ମାସର ପୁଅର ତଣ୍ଟିକାଟି କୁଆଡ଼େ ପଳାଇଥିଲା।

ଅଦ୍ୟତନ ହୋଇଛି
undefined

Baby

Advertisment

ଜନ୍ମ କଲା ମା’ ସାଜିଲା ପିଶାଚିନୀ। ନିଜ ପଣତ କାନିରେ ଯେଉଁ ମା’ ଛୁଆକୁ ସବୁବେଳେ ଢାଙ୍କି ରଖିଥାଏ, ଯେଉଁ ହାତରେ ତାକୁ ମମତାବୋଳା ସ୍ପର୍ଶ ଦେଇଥାଏ, ସେହି ହାତରେ କାଟିଦେଲା ତା’ ତଣ୍ଟି। ଏପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖଲିଆପାଲି ଗାଁରେ।

Advertisment

ଆଜି ସକାଳେ ମା’ ତାର ୬ମାସର ପୁଅର ତଣ୍ଟିକାଟି କୁଆଡ଼େ ପଳାଇଥିଲା। ଜେଜେ ମା’ ଶିଶୁଟିକୁ ତେଲ ମାଲିସ କରିବାକୁ ଆସିଥିଲେ। ଏହି ସମୟରେ ଶିଶୁଟି ରକ୍ତଜୁଡ଼ୁଜୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

Advertisment

ଶିଶୁର ବାପା କହିଛନ୍ତି, ମୋ ସ୍ତ୍ରୀର ମାନସିକ ଅବସ୍ଥା ଠିକ୍ ନାହିଁ। ତାର ଚିକିତ୍ସା ଚାଲିଛି।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe