Mother & Child
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ଯେଉଁ ମା’ ନିଜ ପିଲାଙ୍କୁ ରକ୍ଷା କରିବା କଥା ସେ ପାଲଟିଗଲା ସେମାନଙ୍କ ଶତ୍ରୁ। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଇ ଚାଲିଲା ତାଙ୍କ ପ୍ରେମିକ । ଦିନେ କି ଦୁଇ ଦିନ ନୁହେଁ ତିନି ଦିନ କାଳ ଏପରି ଅକଥନୀୟ ନିର୍ଯାତନା ସହିବା ପରେ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୁଲିସ୍।
ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହି ଘଟଣାରେ ପୁଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ହୋଇଛି, ବାପା ଅନୁପସ୍ଥିତିରେ ମା’ ପର ପୁରୁଷ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯାହାକୁ ପିଲାମାନେ ବିରୋଧ କରୁଥିଲେ । ଫଳରେ ନିଜ ପିଲାଙ୍କୁ ହିଁ ନିଜ ରାସ୍ତାର କଣ୍ଟା ଭାବିଥିଲେ ମହିଳାଜଣକ । ଏହାପରେ ସୁଚିନ୍ତିତ ଷଡଯନ୍ତ୍ର କରି ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ନିଜ ଦୁଇ ପିଲାଙ୍କୁ ଚେଙ୍କ ଦେବାକୁ ପଛାଇଲେ ନାହିଁ।
ଏପରିକି ସେମାନଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରି ୩ ଦିନ ହେଲାଣି ଗରମ ଷଣ୍ଡୁଆସିରେ ଚେଙ୍କ ଦେଉଥିଲେ। ଫଳରେ ପିଲା ଦୁଇ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଫୋଟକା ହୋଇ ଯାଇଛି। ଯନ୍ତ୍ରଣା ଅସହ୍ୟ ହେବାରୁ ଏନେଇ ସେମାନେ ପାଟି ଫିଟାଇଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ଉଭୟ ପିଲାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଛି। ଏଥିସହ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ମହିଳା ତଥା ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
