Advertisment

ଗରିବୀ ଆଗରେ ହାର ମାନିଲା ମା’ର ମମତା; ନିଜ ଛୁଆକୁ ଅନ୍ୟକୁ ଦେଇଦେଲା

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଟିମ୍ ଗତକାଲି ଦୁଆନପାଲି ଗାଁରେ ପହଞ୍ଚି ପାଳିବାକୁ ନେଇଥିବା ମହିଳାଙ୍କ ପାଖରୁ୧୭ ଦିନର ନବଜାତ ଶିଶୁଟିକୁ ଉଦ୍ଧାର କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Baby

୧୦ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା। କେତେ ଯେ କଷ୍ଟ ଯନ୍ତ୍ରଣା ସହିଥିଲା। ହେଲେ ଶେଷରେ ଗରିବୀ ରାକ୍ଷସ ଆଗରେ ହାର ମାନି ଯାଇଥିଲା ମା’ର ମମତା। ଭଲକି ଦୁନିଆ ଦେଖିନଥିବା କଅଁଳ ଶିଶୁକୁ ଜନ୍ମ ହେଉ ହେଉ ଅନ୍ୟ ହାତକୁ ଟେକି ଦେଇଥିଲା ମା’। ଏପରି ହୃଦୟସ୍ପଶୀ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅଞ୍ଚଳରେ।

Advertisment

ସୋହେଲା ବ୍ଲକ ଖଇରପାଲି ଗ୍ରାମର ଗଣେଶ ଭୂସାଗରଙ୍କ ପତ୍ନୀ କିଛି ଦିନ ତଳେ ସୋହେଲା ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବା ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲା ମା’। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଟିମ୍ ଗତକାଲି ଦୁଆନପାଲି ଗାଁରେ ପହଞ୍ଚି ପାଳିବାକୁ ନେଇଥିବା ମହିଳାଙ୍କ ପାଖରୁ୧୭ ଦିନର ନବଜାତ ଶିଶୁଟିକୁ ଉଦ୍ଧାର କରିଥିଲେ। ଏଥିସହ ଜନ୍ମ ଦେଇଥିବା ଶିଶୁର ବାପାମା’ଙ୍କୁ ଡାକି ପଚରାଉଚରା କରିଥିବା ଜଣାଯାଇଛି।

ନବଜାତ ଶିଶୁର ଜନ୍ମକଲା ବାପା କହିଛନ୍ତି, ଆମେ ଗରିବ ଲୋକ, ଦୁଇ ବେଳା ଭଲକି ଖାଇବାକୁ ପାଉନାହିଁ। ମୋ ୫ଟି ଛୁଆ ଅଛନ୍ତି। ସେହି ଛୁଆକୁ ଭଲରେ ଦୁଇ ମୁଠା ଖାଇବାକୁ ଦେଇପାରୁ ନାହିଁ। ଏଥିପାଇଁ ଏହି ଛୁଆଟିକୁ ସ୍ୱଇଚ୍ଛାରେ ଦାନ କରିଛି।

Advertisment

ସେହିପରି ଶିଶୁଟିର ମା’ କହିଛନ୍ତି, ଆମେ ଗରିବ ଲୋକ, ଆମ ପାଖରେ  ଖାଇବାକୁ ପଇସା ନାହିଁ। ମୋ ୫ଟି ଛୁଆକୁ ଭଲରେ ଖାଇବାକୁ ଦେଇପାରୁ ନାହିଁ। ଛୁଆଙ୍କ ଦେହ ଖରାପ ହେଲେ ଔଷଧ କିଣି ଦେଇପାରୁନାହିଁ। ସେମାନେ ମୋ ଛୁଆକୁ ପାଠ ପଢ଼ାଇ ମଣିଷ କରିବେ। ମୋ ଛୁଆ ସେଠାରେ ଭଲରେ ରହିବ ବୋଲି ମୁଁ ମୋ ଛୁଆକୁ ତାଙ୍କୁ ଦେଇଥିଲି ବୋଲି କାନ୍ଦିକାନ୍ଦି କହିଛନ୍ତି ଶିଶୁଟିର ମା’।

ସେ ଆହୁରି କହିଛନ୍ତି, ମୁଁ ଛୁଆକୁ ଦେବା ବଦଳରେ ଟଙ୍କାଟିଏ ଆଣିନାହିଁ। ମୁଁ ଛୁଆଟିକୁ ଭଲ ମଣିଷ କରିବା ପାଇଁ ସେମାନଙ୍କୁ ଦେଇଛି।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ତପନ କୁମାର ପାତ୍ର କହିଛନ୍ତି, ଛୁଆକୁ ୧୫ ଦିନ ଆମ ପାଖରେ ରଖିବୁ। କାହିଁକି ତାଙ୍କ ଛୁଆଟିକୁ ତାର ବାପାମା’ ଅନ୍ୟକୁ ହାତକୁ ଟେକି ଦେଲେ ତାର ତଦନ୍ତ କରାଯିବ, ତା’ପରେ ନିଷ୍ପତ୍ତି ନିଆଯିବ।

Baragarh Baby