Advertisment

ବେଶ୍ୟାବୃତ୍ତି ରାକେଟ୍ ଚଳାଉଥିବା ସନ୍ଦେହ; ଘରୁ ଘୋଷାଡ଼ି ମାଆ-ଝିଅଙ୍କୁ ପିଟିଲେ ପଡୋଶୀ

ଘରକୁ ନିୟମିତ ଭାବେ ଅପରିଚିତ ଲୋକେ ଆସୁଥିବାରୁ ସେମାନେ ବେଶ୍ୟାବୃତ୍ତି ରାକେଟ୍ ଚଲାଉଥିବା ସନ୍ଦେହ କରିଥିଲେ ପଡ଼ୋଶୀ।

author-image
Debibandita Barick
ଅଦ୍ୟତନ ହୋଇଛି
Neighbour assaulting mother and daughter

Neighbour assaulting mother and daughter

ବେଶ୍ୟାବୃତ୍ତି କରୁଥିବା ଅଭିଯୋଗରେ ମାଆ-ଝିଅଙ୍କୁ ପଡୋଶୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକର ବେଲାଗାଭିରେ ଘଟିଛି ଏହି ଘଟଣା। ପଡୋଶୀ ସେମାନଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ମହିଳାଙ୍କ ବୟସ ୬୦ ହୋଇ ଥିବାବେଳେ ତାଙ୍କ ଝିଅଙ୍କ ବୟସ ୨୯ ବର୍ଷ। ତାଙ୍କ ଘରକୁ ନିୟମିତ ଭାବେ ଅପରିଚିତ ଲୋକେ ଆସୁଥିବାରୁ ସେମାନେ ବେଶ୍ୟାବୃତ୍ତି ରାକେଟ୍ ଚଲାଉଥିବା ସନ୍ଦେହ କରିଥିଲେ ପଡ଼ୋଶୀ।

ଏହି ସନ୍ଦେହରେ ପଡୋଶୀମାନେ ସେମାନଙ୍କୁ ବାରମ୍ବାର ନିର୍ଯାତନା ଦେବା ସହ ଘରେ ପଶି ଆକ୍ରମଣ କରିଥିଲେ। ଏପରିକି ଘର ଭିତରୁ ଘୋଷାଡ଼ି ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଆ ଓ ଝିଅ ସ୍ଥାନୀୟ ପୁଲିସ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି।

Advertisment

ବାରମ୍ବାର ଏପରି ହେବା ସତ୍ତ୍ୱେ ପୁଲିସ ସେମାନଙ୍କ ଅଭିଯୋଗ ରଖିନଥିଲା, ଏପରିକି ସୁରକ୍ଷା ଯୋଗାଇ ଦେବାକୁ ଅରାଜି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।  

ଏହି ମାମଲା ସିଟି ପୁଲିସ କମିଶନରଙ୍କ ନିକଟରେ ପହଞ୍ଚିବା ପରେ ସର୍ବସମ୍ମୁଖକୁ ଆସିଛି। ପୁଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତୀୟ ନୟା ସଂହିତା (BNS)ର ଏକାଧିକ ଦଫା କ୍ରମେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। 

Crime Mother-Daughter Assaulted Karnataka News