Advertisment

ମିଳିଲା ମାଆ-ଝିଅଙ୍କ ପରିଚୟ; ଦୁଷ୍କର୍ମ ନେଇ ଅଭିଯୋଗ ଆସିନି କହିଲେ ଏସ୍‌ଡିପିଓ

‘ମାଆ ଓ ଝିଅଙ୍କ ଘର ଛତିଶଗଡ଼ ତୁମଳା ଥାନା ଖାରିବାହାଲ ଗାଁର। ଏନେଇ ମହିଳାଙ୍କ ସାନ ଭଉଣୀ ସୂଚନା ଦେଇଛନ୍ତି। ଦୁଷ୍କର୍ମ ନେଇ ଅଭିଯୋଗ ଆସିନି। ପରିବାର ମଧ୍ୟ ଅଭିଯୋଗ କରିନାହାନ୍ତି।’

author-image
Manoranjan Sial
Sundaragarh

Sundaragarh

ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମାଆ ଓ ଝିଅଙ୍କ ପରିଚୟ ମିଳିଲା। ସେମାନେ ଝାରଡ଼ଖଣ୍ଡର ନୁହେଁ, ଛତିଶଗଡ଼ର। ହେଲେ ମାଆ ଓ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିନି କହିଲେ ସୁନ୍ଦରଗଡ଼ ଏସ୍‌ଡିପିଓ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଡିପିଓ କହିଛନ୍ତି, ମାଆ ଓ ଝିଅଙ୍କ ଘର ଛତିଶଗଡ଼ ତୁମଳା ଥାନା ଖାରିବାହାଲ ଗାଁର। ଏନେଇ ମହିଳାଙ୍କ ସାନ ଭଉଣୀ ସୂଚନା ଦେଇଛନ୍ତି। ଦୁଷ୍କର୍ମ ନେଇ ଅଭିଯୋଗ ଆସିନି। ପରିବାର ମଧ୍ୟ ଅଭିଯୋଗ କରିନାହାନ୍ତି। ଯିଏ ଦୁଷ୍କର୍ମ କଥା କହୁଛନ୍ତି। କେଉଁ ଆଧାରରେ କହୁଛନ୍ତି ଜାଣିନୁ, ତାହା ଜଣାପଡ଼ି ନାହିଁ। ଯଦି ଦୁଷ୍କର୍ମ ଅଭିଯୋଗ ଆସେ ତା’ହେଲେ ତଦନ୍ତ କରାଯିବ। ସେମାନେ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି। ପରିବାର ନେବାକୁ ଚାହୁଁଛି। ବୁଧବାରଠାରୁ ଘରୁ ବାହାରି ଆସିଥିଲେ, ପରିବାର ଖୋଜୁଥିଲେ। ଏନେଇ ଯାହା ଆଇନଗତ ପ୍ରକ୍ରିୟା ରହିଛି ତାହା ପୂରଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

ଗତ ଶନିବାର ଦିନ ମାଆ ଓ ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୁନ୍ଦରଗଡ଼ ବିଧାୟକ କୁଶୁମ ଟେଟେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ପରେ ମାଆ ଓ ଝିଅ ସାମାନ୍ୟ ସୁସ୍ଥ ହୋଇଥିଲେ। ମାଆ ଓ ଝିଅ ସୁସ୍ଥ ହେବା ପରେ ନାନା କଥା ଶୁଣିବାକୁ ମିଳୁଥିଲା। ମାଆ ଓ ଝିଅଙ୍କୁ ବର୍ଷବର୍ଷ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେଉଥିଲା। ସିଏ ଯାହା ହେଉନା କାହିଁ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଲା। ମାଆ ଓ ଝିଅଙ୍କ ପରିଚୟ ମିଳିଲା।

Advertisment
Crime Sundargarh