Advertisment

ପ୍ରେମରେ ଉବୁଟୁବୁ ହେଉଥିଲା ଝିଅ, କୁରାଢ଼ିରେ ହାଣିଦେଲା ମା’

ନିଜ ପ୍ରେମିକଠୁ ଦୂରେଇ ରହିବାକୁ ତଥା ପ୍ରେମ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବାକୁ ନାବାଳିକା ଝିଅକୁ ଆକଟ କରୁଥିଲା ପରିବାର। ମାତ୍ର ନାବାଳିକାଜଣକ ଏହାକୁ ଖାତିର ନ କରି ନିଜ ପ୍ରେମ ଦୁନିଆରେ ମସଗୁଲ ଥିଲେ।

author-image
Niharika Rout
Murder

Murder

ନିଜ ପ୍ରେମିକଠୁ ଦୂରେଇ ରହିବାକୁ ତଥା ପ୍ରେମ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବାକୁ ନାବାଳିକା ଝିଅକୁ ଆକଟ କରୁଥିଲା ପରିବାର। ମାତ୍ର ନାବାଳିକାଜଣକ ଏହାକୁ ଖାତିର ନ କରି ନିଜ ପ୍ରେମ ଦୁନିଆରେ ମସଗୁଲ ଥିଲେ। ନିଜ ଝିଅର ଏପରି କାଣ୍ଡକୁ ସହିପାରିଲାନି ଜନ୍ମ କଲା ମା’ । ଏହାପରେ ନିଜ ପରିବାର ସଦସ୍ୟଙ୍କ ସହ ମିଶି ଝିଅକୁ ମାରିଦେବାକୁ ଷଡଯନ୍ତ୍ର ରଚିଲା। ଶେଷରେ ଯେଉଁ ମା’ ୯ ମାସ ଗର୍ଭରେ ରଖି ଦୁନିଆକୁ ଆଣିଥିଲା, ସିଏ ହିଁ କୁରାଢ଼ିରେ ହାଣି ନିଜ ଝିଅର ଜୀବନ ନେଇଗଲା। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର କୌସମ୍ବି ଅଞ୍ଚଳରେ ଘଟିଛି।

Advertisment

ଶିଭପତି ନାମ୍ନୀ ମହିଳା ନିଜ ୧୫ ବର୍ଷର ଝିଅ ନିଖୋଜ ହୋଇଥିବା ବେଳେ ସ୍ଥାନୀୟ ଥାନାରେ ଗତ ୧୪ ତାରିଖରେ ଅଭିଯୋଗ କରିଥିଲେ। ଶିଭପତିଙ୍କ ଅଭିଯୋଗ ଅନୁଯାୟୀ, ଗତ ୨ ତାରିଖରେ ତାଙ୍କ ଝିଅ କୌଣସି କାମରେ ଘର ପାଖ ପଡ଼ିଆକୁ ଯାଇଥିବା ବେଳେ ଆଉ ଫେରି ନାହିଁ।  ପୁଲିସ୍‌ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କଲା।

ଗତ ୨୬ ତାରିଖରେ ଗାଁ ପାଖ ଏକ କୂଅରେ ଏକ ମୃତଦେହ ଭାସୁଥିବା ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୁଲିସ୍‌ କୂଅରୁ ମୃତଦେହକୁ ବାହାର କରିଥିବା ବେଳେ ତାହା ତାଙ୍କ ନିଖୋଜ ଝିଅର ମୃତଦେହ ବୋଲି ଶିଭପତି ଚିହ୍ନଟ କରିଥିଲେ।

Advertisment

ଏହି ଘଟଣାରେ ବହୁ ଛାନଭିନ ପରେ ପୁଲିସ୍‌ର ଶିଭପତିଙ୍କ ଉପରେ ସନ୍ଦେହ ହୋଇଥିଲା। ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ହିଁ ନିଜ ଝିଅକୁ ହତ୍ୟା କରିଥିବା ପୁଲିସ୍‌ ଆଗରେ ମାନି ଯାଇଥିଲେ।

ଏହି ଘଟଣାରେ ପୁଲିସ୍‌ ଶିଭପତିଙ୍କୁ ଗିରଫ କରିଥିବା ବେଳେ ତାଙ୍କର ଆଉ ଜଣେ ନାବାଳିକା ଝିଅକୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ ଶିଭପତିଙ୍କ ବୋହୂ ଘରୁ ଫେରାର ହୋଇ ଯାଇଛନ୍ତି।

ଶିଭପତିଙ୍କ କହିବାନୁଯାୟୀ, ବହୁ ବୁଝାଶୁଝା ପରେ ବି ଝିଅ ଗାଁର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ତୁଟାଇବାକୁ ରାଜି ହେଲାନି। ତେଣୁ ସେମାନେ ତାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ, ଗତ ଅକ୍ଟୋବର ୨ ତାରିଖରେ ସେ, ତାଙ୍କର ଅନ୍ୟ ଜଣେ ଝିଅ ଓ ବୋହୂ ମିଶି ପ୍ରଥମେ ନାବାଳିକାଙ୍କୁ ବାଡ଼ିରେ ପ୍ରବଳ ପିଟିଥିଲେ। ଏହାପରେ କୁରାଢ଼ିରେ ହାଣି ଜୀବନ ନେଇଥିଲେ। ହତ୍ୟା ପରେ ମୃତଦେହକୁ ଏକ ଅଖାରେ ପଶାଇ ଗାଁ ନିକଟରେ ଥିବା ଏକ କୂଅକୁ ଫୋପାଡ଼ି ଦେଇଥିଲେ।

ପୁଲିସ୍‌ ଆଖିରୁ ବର୍ତ୍ତିବା ପାଇଁ ନିଜେ ହିଁ ଝିଅ ନିଖୋଜ ଥିବା ନେଇ ମାମଲା ରୁଜୁ କରିଥିବା କହିଛନ୍ତି ଶିଭପତି।

Murder Uttar Pradesh