Advertisment

ମା’ ସାଜିଲା ପିଶାଚୀ; ଦୁଇ ଯାଆଁଳା ଛୁଆଙ୍କୁ କଲବଲ କରି ଜୀବନ ନେଲା

ମା’ ସାଜିଲା ପିଶାଚୀ । ଛିଣ୍ଡାଇଦେଲା ମମତାର ଡୋର। ଯାହାଙ୍କୁ ଜନ୍ମ ଦେଇଥିଲା, ତାଙ୍କୁ କଲବଲ କରି ମାରିବାକୁ ପଛାଇଲା ନାହିଁ।

author-image
Niharika Rout
Mother with Kids

Mother with Kids

ମା’ ସାଜିଲା ପିଶାଚୀ । ଛିଣ୍ଡାଇଦେଲା ମମତାର ଡୋର। ଯାହାଙ୍କୁ ଜନ୍ମ ଦେଇଥିଲା, ତାଙ୍କୁ କଲବଲ କରି ମାରିବାକୁ ପଛାଇଲା ନାହିଁ। ଏପରି ଏକ ଜଘନ୍ୟ କାଣ୍ଡ ହରିଆଣାରେ ଘଟିଛି। ଯେଉଁଠି ଜଣେ ମହିଳା ନିଜ ଯାଆଁ ସନ୍ତାନଙ୍କୁ ତକିଆ ଚିପି ହତ୍ୟା କରିଛନ୍ତି।

Advertisment

ହରିୟାଣାର ଦନୌଦା ଖୁର୍ଦ ଗାଁର ଜଣେ ମହିଳାଙ୍କର ନିଜ ସ୍ୱାମୀଙ୍କ ସହ ସର୍ମ୍ପ ଭଲ ନ ଥିଲା। ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏହାକୁ ନେଇ ମାନସିକ ଚାପରେ ରହୁଥିବା ମହିଳା ଘଟଣା ଦିନ ବେଡରେ ଶୋଇଥିବା ନିଜ ଯାଆଁଳା ଛୁଆଙ୍କ ମୁହଁକୁ ତକିଆରେ ଚାପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହି ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ମହିଳାଜଣକ ନିଜ ଘର ପାଖରେ ୪ ଫୁଟର ଗାତ ଖୋଲି ୨ ଶିଶୁଙ୍କୁ ପୋତି ଦେଇଥିଲେ। ପରିବାର ଲୋକେ ପିଲାଙ୍କୁ ନ ପାଇ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।

Advertisment

ପୁଲିସ୍‌ ବହୁ ଖୋଜାଖୋଜି ପରେ ଘର ପାଖ ଗାତରୁ ଛୁଆଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମହିଳାଙ୍କୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ଯାଇଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ବାନ୍ଧିଛି।

Murder Haryana News Mother Killed Child