Advertisment

ମୋ ଝିଅ ମରିନି… ମୃତଦେହର ଚାଲିଛି ଝଡ଼ାଫୁଙ୍କା

୨୧ ଦିନ ଧରି ଝଡ଼ାଫୁଙ୍କା କଲେ ଝିଅ ଭଲ ହୋଇଯିବ ବୋଲି ମା’ କହି ହେଉଛି।

ଅଦ୍ୟତନ ହୋଇଛି
Rourkela

Rourkela

Advertisment

‘ମୋ ଝିଅ ମରିନାହିଁ, ସେ ବଞ୍ଚିଛି। ୨୧ ଦିନ ଧରି ଝଡ଼ାଫୁଙ୍କା କଲେ ମୋ ଝିଅ ବଞ୍ଚିଯିବ।’ ଏପରି ମନରେ ଭାବି ଝିଅ ମୃତଦେହକୁ ମେଡିକାଲରୁ ଘରକୁ ନେଇ ଆସିଛି ମା’। ପୁଲିସ ଓ ଗ୍ରାମବାସୀ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁନାହିଁ। ଝିଅର ମୃତଦେହକୁ ଶଶ୍ମାନକୁ ଛାଡ଼ୁନାହିଁ। ନିଜ କୋଳରେ ଝିଅକୁ ଚାପି ଧରି ମୋ ଝିଅ ବଞ୍ଚିଛି ବୋଲି କହିହେଉଛି। ଏପରି ଦୁଃଖଦ ଘଟଣା ଘଟିଛି ରାଉରକେଲାରେ।

Advertisment

ଟାଙ୍ଗରପାଲି ଥାନା ସୋନାପର୍ବତ ଗାଁ ଜଣେ ମହିଳାଙ୍କର ୫ବର୍ଷର ଝିଅକୁ ଗତକାଲି ସନ୍ଧ୍ୟାରେ ସାପ କାମୁଡ଼ି ଦେଇଥିଲା। ଝିଅଟିକୁ ପରିବାର ଲୋକେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ପରେ ମେଡିକାଲପକ୍ଷରୁ ଝିଅର ମୃତଦେହକୁ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଥିଲା।

ହେଲେ ମା’ ଝିଅ ମରିଯାଇଥିବା କଥାକୁ ଜମା ବିଶ୍ୱାସ କରିପାରୁ ନଥିଲା। ଗାଁରେ ଗୁଣିଆ ପାଖରେ ଝଡ଼ାଫୁଙ୍କା କଲେ ଝିଅ ଭଲ ହୋଇଯିବ ବୋଲି ଭାବିଥିଲା। ଏଥିପାଇଁ ମର୍ଗ ହାଉସର ତାଲା ଭାଙ୍ଗି ମା’ ଝିଅର ମୃତଦେହକୁ ନେଇ ନିଜ ଘରକୁ ନେଇ ପଳାଇ ଆସିଥିଲା। ପରେ ଗାଁରେ ଗୁଣିଆ ପାଖରେ ଝଡ଼ାଫୁଙ୍କା କରିଛି। ୨୧ ଦିନ ଧରି ଝଡ଼ାଫୁଙ୍କା କଲେ ଝିଅ ଭଲ ହୋଇଯିବ ବୋଲି ମା’ କହି ହେଉଛି। ପୁଲିସ ଓ ଗ୍ରାମବାସୀ ଯେତେ ବୁଝାଲେ ମଧ୍ୟ ସେ ବୁଝୁନାହିଁ।

Advertisment

ରାଉରକେଲା ସରକାରୀ ହସ୍ପିଟାଲର ଡାଇରେକ୍ଟର ଇନଚାର୍ଜ ଗଣେଶ ପ୍ରସାଦ ଦାସ କହିଛନ୍ତି, ମା’ର ମମତା ବୁଝୁନାହିଁ। ସେ ବିଶ୍ୱାସ କରିପାରୁନି ତାର ପିଲା ମରିଯାଇଛି। ଅନ୍ଧ ବିଶ୍ୱାସ ଭିତରେ ରହୁଛି। ଆମ ଏହି ବିଷୟରେ ପୁଲିସକୁ ଜଣାଇ ଦେଇଛୁ।

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe