Advertisment

ମା’ର ମୃତ୍ୟୁକୁ ନେଇ ଦୁଇ ଭାଇ ମୁହାଁମୁହିଁ

ଦୁଇ ପୁଅ ନିଜ ନିଜ ଜିଦ୍‌ରେ ଅଟଳ ଥିବାରୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ି ରହିଲା ମା’ର ମୃତଦେହ।

ଅଦ୍ୟତନ ହୋଇଛି
Brothers

Brothers

Advertisment

ମା’ର ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ ଦୁଇ ଭାଇ। ମା’କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ବଡ଼ ଭାଇ। ସାନ ଭାଇ ବିରୋଧରେ ସେ ଆଣିଥିଲେ ଏହି ଅଭିଯୋଗ। ଶବ ବ୍ୟବଚ୍ଛେଦ କରିବାକୁ ସେ କରିଥିଲେ ଦାବି। ପୁଲିସ୍‌ର ହସ୍ତକ୍ଷେପ ପରେ ସେମାନଙ୍କ ମା’ଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ତା’ପରେ ଶବ ହସ୍ତାନ୍ତର କରାଯିବାରୁ ଆଜି ହୋଇଛି ଅନ୍ତିମ ସଂସ୍କାର। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ସିମୁଳିଆରେ।

Advertisment

ମୃତ ମହିଳାଙ୍କ ନାଁ ମାଳତୀ ବାରିକ। ତାଙ୍କର ଦୁଇଟି ପୁଅ। ବଡ଼ପୁଅ ନନ୍ଦକିଶୋର ବାରିକ ଘରଠାରୁ ଅଲଗା ରହୁଥିଲେ। ମାଳତୀ ଦୀର୍ଘବର୍ଷ ହେଲା ସାନ ପୁଅ ଗୋବିନ୍ଦ ବାରିକଙ୍କ ପାଖରେ ରହୁଥିଲେ।

ସୂଚନା ଅନୁଯାୟୀ, ଗତକାଲି ସକାଳେ ମାଳତୀ ଘରେ ପଡ଼ି ଯାଇଥିଲେ। ଏହାଦେଖି ସାନ ବୋହୂ ଏକ ଅଟୋରେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ମାଳତୀଙ୍କ ମୃତଦେହକୁ ତାଙ୍କ ସାନ ବୋହୂ ଘରକୁ ନେଇ ଆସିଥିଲେ।

Advertisment

ମାଳତୀଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବଡ଼ ପୁଅ ନନ୍ଦକିଶୋର ବାରିକ ଅଭିଯୋଗ କରିଥିଲେ। ସେ ପୁଲିସ୍‌କୁ ଏନେଇ ଖବର ଦେଇଥିଲେ। ପୁଲିସ୍‌ର ହସ୍ତକ୍ଷେପ ପରେ ମାଳତୀଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଫଳରେ ଗତକାଲିଠାରୁ ଡାକ୍ତରଖାନାରେ ଥିବା ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।   

ମାଳତୀଙ୍କ ବଡ଼ ପୁଅ ନନ୍ଦକିଶୋର ବାରିକ କହିଛନ୍ତି, ମା’ ସବୁବେଳେ କହେ, ତାକୁ ସାନ ଭାଇ ମାରେ। ସେ ମା’କୁ ବହୁତ ନିର୍ଯାତନା ଦେଉଥିଲା। ଗତକାଲି ମା’ ପଡ଼ିଯିବା ପରେ ସେମାନେ କାହାକୁ ନ କହି ମା’କୁ ମେଡିକାଲ ନେଇ ଯାଇଥିଲେ। ଏପରିକି ଟିକେଟ ନ କାଟି ଘଟଣାକୁ ଲୁଚାଇ ମୃତଦେହ ନେଇ ପଳାଇଲେ। ମୋତେ ନ ଜଣାଇ ଶବ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି ବି ସାରି ଦେଇଥିଲେ। ମୋର ସନ୍ଦେହ ହେବାରୁ ପୁଲିସ୍‌କୁ ଘଟଣା ସମ୍ପର୍କରେ ଖବର ଦେଇଥିଲି।

ଅପରପକ୍ଷରେ ମାଳତୀଙ୍କ ସାନ ପୁଅ କହିଛନ୍ତି, ଯିଏ ମା’କୁ କେବେ ନିଜ ପାଖରେ କେବେ ରଖିନି, ତାକୁ ଥରେ ଖାଇବାକୁ ଦେଇନି, ସେ ଏବେ ମା’ ପାଇଁ ଦରଦ ଦେଖାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିଯିବ।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe