Advertisment

ତୁଚ୍ଛ ହେଲା ମା’ର ମମତା; କେଇଟା ଟଙ୍କା ପାଇଁ ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଲା

ପୁଣି ପୁଅ ଜନ୍ମ ହେବାରୁ ନବଜାତ ଶିଶୁପୁତ୍ରକୁ ବିକି କରିଦେଲା ମାଆ।

author-image
Tapaswini Nayak
ଅଦ୍ୟତନ ହୋଇଛି
Newborn baby boy

Newborn baby boy

ମରିଗଲା ମା’ର ମମତା। ପୁଣି ପୁଅ ଜନ୍ମ ହେବାରୁ ନବଜାତ ଶିଶୁପୁତ୍ରକୁ ବିକି କରିଦେଲା ମାଆ। ମାତ୍ର କେଇଟଙ୍କା ପାଇଁ ବନ୍ଧା ପଡିଗଲା ମା’ର ମାତୃତ୍ୱ। ସ୍ନେହ ମମତା ପ୍ରସବର ସମସ୍ତ ବେଦନା ସତେ ଯେମିତି ଟଙ୍କା ଆଗରେ ତୁଚ୍ଛ ହୋଇଗଲା। ଘଟଣା ବିଷୟରେ ଚାଇଲ୍ଡ ଲାଇନ ‌ଖାଇବା ପରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ସାଉଁଣ୍ଡି ଗାଁରୁ।

Advertisment

ସୋମବାର ସାଉଁଣ୍ଡି ଗ୍ରାମର ସିଲୁ ଜେନାଙ୍କ ପତ୍ନୀ ସଂଜୁ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।। ପୂର୍ବରୁ ଗୋଟିଏ ପୁଅ ଥିବା ବେଳେ ପୁଣି ପୁତ୍ରସନ୍ତାନ ଜନ୍ମ ହେବାପରେ ସଂଜୁଙ୍କ ମନ କଷ୍ଟ ଥିଲା। କେଇଟା ଟଙ୍କା ପାଇଁ ସେ ତାଙ୍କର ନବଜାତ ଶିଶୁ ପୁତ୍ରକୁ ଅନ୍ୟ କାହାକୁ ବିକ୍ରି କରିଦେଇଥିଲେ। ପରେ ସେମାନେ ଘରକୁ ଫେରିଥିଲେ। ଗ୍ରାମବାସୀ ଛୁଆଟା ବିଷୟରେ ପଚାରିଥିଲେ। ସିଲୁ ଓ ତାଙ୍କ ପତ୍ନୀ ଗ୍ରାମବାସୀଙ୍କ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଶିଶୁଟିକୁ ସିଲୁ ଓ ତାଙ୍କ ପତ୍ନୀ ବିକ୍ରି କରିଦେଇଥିବା ସନ୍ଦେହ କରିଥିଲେ ଗ୍ରାମବାସୀ। ଏନେଇ ଚାଇଲ୍ଡ ଲାଇନକୁ ଜଣାଇଥିଲେ। ଚାଇଲ୍ଡ ଲାଇନ ଘଟଣା ତଦନ୍ତ କରି ପୁଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ଶିଶୁଟିର ଡାକ୍ତରୀ ପରୀକ୍ଷା ପରେ ଶିଶୁ ମଙ୍ଗଳ କମିଟିରେ
ହାଜର କରାଯାଇଥିଲା।

ତେବେ ଉଭୟ ପକ୍ଷ କିଣାବିକା ହୋଇଛି ମାନୁନଥିବାରୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ପୁଲିସ ତାହାର ତଦନ୍ତ କରୁଛି। ଶିଶୁଟିକୁ ଚାଇଲ୍ଡ ଲାଇନରେ ରଖାଯାଇଛି। ତେବେ ଏନେଇ ପୁଲିସ କିମ୍ବା ସଂପୃକ୍ତ ଶିଶୁର ବାପା, ମା ଏବଂ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Jajpur