Advertisment

ଏମିତି ମା’ କାହାକୁ ନ ମିଳୁ; ବିଷ ଜ୍ୱାଳାରେ ଛଟପଟ ହେଉଥିଲେ ଛୁଆ, ଅନାଇ ରହିଥିଲା ମା’

ଜୁନ ୧୨ ତାରିଖରେ କୌଣସି କାରଣକୁ ନେଇ ମାଆ ଝିଅଙ୍କ ମଧ୍ୟରେ ବଚସା ହୋଇଥିଲା।

ଅଦ୍ୟତନ ହୋଇଛି
mother

mother

Advertisment

ଗତ ଜୁନ୍ ୧୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଗ୍ରାମ ନିକଟ ବିଲରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଯୁବତୀଙ୍କ ମୃତଦେହ ନିକଟରେ ଜଣେ ନାବାଳକ ସଂଜ୍ଞାହୀନ ଅବସ୍ଥାରେ ପଡିଥିଲେ। ପୁଲିସ୍ ନାବାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଯୁବତୀଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ। ୧୫ ଦିନର ତଦନ୍ତ ପରେ ପୁଲିସ୍ ସାମ୍ନାକୁ ଆସିଥିଲା ସାଂଘାତିକ ସତ। ଯୁବତୀଙ୍କ ହତ୍ୟା ପଛର କାର୍ପଟଦାର ହେଉଛନ୍ତି ଖୋଦ୍ ତାଙ୍କ ମାଆ। ଜେରା ବେଳେ ପୁଲିସ ଆଗରେ ସେ କହିଥିଲେ ସବୁ କଥା।

Advertisment

ଏହି ମହିଳାଙ୍କ ନାଁ ମଙ୍ଗୁଳି ସିଂ। ଜୁନ ୧୨ ତାରିଖରେ କୌଣସି କଥାକୁ ନେଇ ଝିଅ ରଇବାରୀଙ୍କ ସହିତ ତାଙ୍କର ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହେବା ପରେ ମା’ପୁଅ ଝିଅ ଗାଁ ହାଟକୁ ଯାଇଥିଲେ। ହାଟରୁ ଜିନିଷ କିଣାକିଣି କରି ଘରକୁ ଫେରିଥିଲେ। ଘରକୁ ଫେରିବା ବାଟରେ ବିଲ ପଡ଼ିଥିଲା। ସେହି ବିଲରେ ମା’ ହାଟରୁ କିଣିଆଣିଥିବା ଖାଦ୍ୟକୁ  ପୁଅ ଝିଅକୁ ଖାଇବାକୁ ଦେଇଥିଲା। ସେହି ଖାଦ୍ୟରେ ବିଷ ପଡ଼ିଥିଲା। ହେଲେ ଏ କଥା ପୁଅଝିଅ ଜାଣି ପାରିନଥିଲେ। ମା’ ଦେଇଥିବା ଖାଦ୍ୟକୁ ପୁଅଝିଅ ଖୁସିରେ ଖାଇ ଦେଇଥିଲେ। ବିଷ ମିଶା ଖାଦ୍ୟ ଖାଇବାର କିଛି ସମୟ ପରେ ପୁଅଝିଅଙ୍କ ମୁଣ୍ଡ ବୁଲାଇବାରୁ ସେମାନେ ବିଲରେ ପଡିଯାଇଥିଲେ।  ପୁଅଝିଅ ଯନ୍ତ୍ରଣାର ଛଟପଟ ହେଉଥିବା ବେଳେ ମଙ୍ଗୁଳି ବସି ଦେଖିଥିଲେ। ଘଟଣାସ୍ଥଳରେ ରାଇବରୀଙ୍କ ମୃତ୍ୟୁ ଘଟିଥିଲା।ପୁଅଟି ସଂଜ୍ଞାହୀନ ହୋଇଯାଇଥିଲା। ପୁଅଝିଅ ମରିଯାଇଥିବା ଭାବି ଘଟଣାସ୍ଥଳରୁ ପଳାଯାଇଥିଲେ ମଙ୍ଗୁଳି। 

୧୩ ତାରିଖ ସକାଳେ ରଇବାରୀ ଓ ତାଙ୍କ ଭାଇ ବିଲରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତର ରଇବାରୀଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସନ୍ଦେହରେ ମଙ୍ଗୁଳିଙ୍କୁ ପଚରାଉଚରା କରିବା ପରେ ସତକଥା ସାମ୍ନାକୁ ଆସିଥିଲା। ପୁଲିସ ଗତକାଲି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ବର୍ଷ ହେଲା ମଙ୍ଗୁଳିଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇସାରିଛି।

Odisha Police Murder Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe