Advertisment

ହୃଦୟହୀନ ମା’, ୧୦ ହଜାର ଟଙ୍କାରେ ଅଢ଼େଇବର୍ଷର ପୁଅକୁ ବିକ୍ରି କରିଦେଲା

ଅକ୍ଷୟ ଓ ତାଙ୍କ ସମ୍ପର୍କୀୟ ଗତକାଲି ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

Baby

Baby

Advertisment

ମରିଗଲା ମା’ର ମମତା। ଟଙ୍କା ପାଇଁ ମା’ ପାଲଟିଲା ପିଶାଚ। ଯାହାକୁ ଦୁନିଆର ଆଲୋକ ଦେଖାଇଥିଲା, ନିଜ ଗର୍ଭରୁ ଜନ୍ମ ଦେଇଥିଲା ସେହି ଶିଶୁପୁତ୍ରକୁ ସାମାନ୍ୟ କେତେଟା ଟଙ୍କା ପାଇଁ ଅନ୍ୟ ହାତକୁ ଟେକିଦେଲା। ମାତ୍ର ୧୦ହଜାର ଟଙ୍କା ପାଇଁ ଜନ୍ମର କିଛି ବର୍ଷ ପରେ କଅଁଳ ଛୁଆଟିକୁ ବିକ୍ରି କରିଦେଲା ମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ।

Advertisment

ଅଭିଯୋଗ ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁରରେ ରହୁଥିବା ଅକ୍ଷୟ ପଟେଲ ଗତ କିଛି ବର୍ଷ ପୂର୍ବରୁ ମାନସୀ ବାଗଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଅଢ଼େଇ ବର୍ଷର ଶିଶୁ ପୁତ୍ର ଥିଲା। କୌଣସି କାରଣ ପାଇଁ ମାନସୀ ଓ ଅକ୍ଷୟ ଉଭୟ ଅଲଗା ହୋଇଯାଇଥିଲେ। ମାନସୀ ନିଜ ବାପ ଘରେ ରହୁଥିବା ବେଳେ ଅକ୍ଷୟ ପୁଅକୁ ନେଇ ନିଜ ଘରେ ରହୁଥିଲେ। ଶିଶୁ ପୁତ୍ରଟି ନିଜ ବାପା ପାଖରେ ରହି ଆସୁଥିଲା। ଅକ୍ଷୟଙ୍କ ଭଉଣୀ ଛୁଆଟିର ଯତ୍ନ ନେଉଥିଲେ। ୪ରୁ ୫ଦିନ ତଳେ ହଠାତ୍ ଗୋଟେ ଦିନ ମାନସୀ ଅକ୍ଷୟଙ୍କ ପାଖକୁ ଆସି ନିଜ ଛୁଆକୁ ବୁଲାଇ ଆଣିବେ କହି ନେଇଯାଇଥିଲେ।  ପରେ ଆଉ ଛୁଆକୁ ନେଇ ଅକ୍ଷୟଙ୍କ ଘରକୁ ମାନସୀ ଫେରିନଥିଲେ। ଅକ୍ଷୟ ମାନସୀଙ୍କୁ ପୁଅ ବିଷୟରେ ପଚାରିବାରୁ ସେ ମଧ୍ୟ କିଛି କହିନଥିଲେ। ପୁଅକୁ ମାନସୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର କପିଲ ବାଗଙ୍କୁ ୧୦୦୦ ଟଙ୍କାରେ ବିକ୍ରି କରିଦେଇଥିବା ଅକ୍ଷୟ ଖବର ପାଇଥିଲେ।

ଏନେଇ ଅକ୍ଷୟ ଓ ତାଙ୍କ ସମ୍ପର୍କୀୟ ଗତକାଲି ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଟିଟିଲାଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମାନସୀ ନିଜ ପୁଅକୁ ବିକ୍ରି କରଦେଇଥିବା ସ୍ୱୀକାର କରିଛନ୍ତି।

Advertisment
Odisha Police Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe