Advertisment

ମୋଟିଭେସନାଲ ସ୍ପିକରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ, ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା

ନୋଏଡା ସେକ୍ଟର 126 ପୁଲିସ ତାଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Vivek Bindra

Vivek Bindra

Advertisment

ଲୋକପ୍ରିୟ ମୋଟିଭେସନାଲ୍ ସ୍ପିକର୍ ତଥା ସୋଶାଲ ମିଡିଆରେ ପରିଚିତ ଚେହେରା ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ସ୍ତ୍ରୀକୁ ମାର୍ ପିଟ୍ ସହ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ବିବେକଙ୍କ ଶଳା ଏହି ଅଭିଯୋଗ କରିଛନ୍ତି। 

Advertisment

ନୋଏଡା ସେକ୍ଟର 126 ପୁଲିସ ତାଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସର କହିବା ଅନୁସାରେ, ବିବେକଙ୍କ ସ୍ତ୍ରୀ ୟାନିକାଙ୍କ ଭାଇ ବୈଭବ କ୍ୱାତ୍ରା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ବିବେକ ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦେଉଛନ୍ତି।

ବିବେକ ଏବଂ ତାଙ୍କ ପରିବାର ନୋଏଡାର ସେକ୍ଟର 94ର ସୁପରନୋଭା ୱେଷ୍ଟ୍ ରେସିଡେନ୍ସିରେ ରହୁଛନ୍ତି। ଡିସେମ୍ବର 7 ତାରିଖ ସକାଳେ ବିନ୍ଦ୍ରା ଏବଂ ତାଙ୍କ ମାଆ ପ୍ରଭାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ୟାନିକା ବୁଝାସୁଝା କରିବାକୁ ଯାଇଥିଲେ। କିନ୍ତୁ ବିନ୍ଦ୍ରା ତାଙ୍କୁ ମାର୍-ଧର କରିଥିଲେ। ବିନ୍ଦ୍ରା ତାଙ୍କ ପତ୍ନୀଙ୍କୁ ବାଡେଇବାର ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। 

Advertisment

ଏତଲାରେ ଉଲ୍ଲେଖ କରାଯାଇଛି ଯେ, ବିନ୍ଦ୍ର ୟାନିକାଙ୍କୁ ଏକ ରୁମ୍ ଭିତରକୁ ନେଇ ଚୁଟି ଟାଣି ବାଡେଇଥିଲେ। ଏଥିରେ ତାଙ୍କୁ ଏତେ ଜୋରରେ ଆଘାତ ଲାଗିଛି ଯେ, ସେ ଠିକରେ ଶୁଣିପାରୁ ନାହାନ୍ତି। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବିନ୍ଦ୍ରା ଭାଙ୍ଗି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। 

ପୂର୍ବରୁ ମଧ୍ୟ ବିନ୍ଦ୍ରାଙ୍କ ବିରୋଧରେ ଥାନାରେ ମାମଲା ପହଞ୍ଚିଥିଲା। ସେ ଜାଲିଆତି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ଲୋକପ୍ରିୟ ମୋଟିଭେସନାଲ ସ୍ପିକର୍ ତଥା ୟୁଟ୍ୟୁବର୍ ସନ୍ଦିପ ମାହେଶ୍ୱରୀ ତାଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିଲେ। କିନ୍ତୁ ବିନ୍ଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। 

Motivational Speaker Vivek Bindra Vivek Bindra Wife Sandeep Maheshwari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe