ହିସାବ ବାହାରେ ଠୁଳ ହୋଇଥିଲା ନଗଦ ୩୫୧କୋଟି ଟଙ୍କା : ଅର୍ଥ ମନ୍ତ୍ରଣାଳୟ

ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ସଂସ୍ଥାରୁ ଜବତ ନଗଦ ୩୫୧କୋଟି ଟଙ୍କା ହେଉଛି କଳାଧନ ।

black money

MP Dheeraj Prasad Sahu

Ordigital Desk
  • Published: Thursday, 21 December 2023
  • Updated: 21 December 2023, 09:02 PM IST

Sports

Latest News

ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ସଂସ୍ଥାରୁ ଜବତ ନଗଦ ୩୫୧କୋଟି ଟଙ୍କା ହେଉଛି କଳାଧନ । ଏହି ଟଙ୍କାର କୌଣସି ହିସାବ ଆନୁଷ୍ଠାନିକ ଭାବେ ରଖାଯାଉନଥିଲା । ଏହି ଟଙ୍କା ଆକାଉଣ୍ଟ ବାହାରେ ଠୁଳ ହେଉଥିଲା । ସାହୁ ବ୍ରଦର୍ସଙ୍କ ପରିବାରର ବିଭିନ୍ନ ବ୍ୟବସାୟିକ ସଂସ୍ଥା ଓ ମଦ କାରବାରୁ ଅର୍ଜିତ ଟଙ୍କାକୁ ଲୁଚାଇବାକୁ ଏଭଳି କରାଯାଉଥିଲା ବୋଲି କମ୍ପାନୀର ଜଣେ ମୁଖ୍ୟ କର୍ମଚାରୀ ସ୍ୱୀକାର କରିଛନ୍ତି। କେବଳ ବଲାଙ୍ଗିର ଜିଲ୍ଲାରୁ କମ୍ପାନୀର ୩୨୯କୋଟି ଟଙ୍କା ନଗଦ ଜବତ ହୋଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି ।

ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୧୦ଟି ଜିଲ୍ଲାର ୩୦ଟି ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଥିଲା । ଦେଶୀମଦ, ବିଦେଶୀ ମଦ ବଟଲିଂ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଚଳାଉଥିବା ଗୋଟିଏ ବ୍ୟବସାୟିକ ଗ୍ରୁପ୍ ଉପରେ ଏହି ଚଢ଼ଉ ଡିସେମ୍ବର ୬ତାରିଖରେ ହୋଇଥିଲା । ରାଂଚିର ଏକ ପରିବାରର ନିୟନ୍ତ୍ରଣରେ ଏହି ବ୍ୟବସାୟିକ ଗ୍ରୁପ୍ ରହିଛି । ପରିବାରର ଜଣେ ସଦସ୍ୟ ମଧ୍ୟ ଜଣେ ରାଜନୀତିକ ବ୍ୟକ୍ତି ।

Also Read

ଆୟକର ବିଭାଗର ଚଢ଼ଉବେଳେ ବହୁ ସଂଖ୍ୟାରେ ଆପତ୍ତିଜନକ ପ୍ରମାଣ ଦସ୍ତାବିଜ୍ ଓ ଡିଜିଟାଲ ତଥ୍ୟ ମିଳିଥିଲା । ଯାହାକୁ ଜବତ କରାଯାଇଛି । ପ୍ରାଥମିକ ଯାଂଚ ପରେ ଜବତ ହୋଇଥିବା ଦସ୍ତାବିଜରୁ ଜଣାପଡ଼ିଛି ଯେ, ବହୁ ପରିମାଣର ବେହିସାବ ଦେଶୀ ମଦ, ଅଘୋଷିତ ନଗଦ ପ୍ରାପ୍ତିର ବ୍ୟବସ୍ଥିତ ବିବରଣୀ ଓ ବେଆଇନ ନଗଦ କାରବାର ସମ୍ପର୍କରେ ତଥ୍ୟ ମିଳିଥିଲା।

ଏହି ବ୍ୟବସାୟିକ ଗ୍ରୁପର ନଗଦ ଟଙ୍କା କାରବାର ଦାୟିତ୍ୱରେ ଥିବା ମୁଖ୍ୟ କର୍ମଚାରୀ ମଧ୍ୟ ଚଢ଼ଉବେଳେ ମିଳିଥିବା ନଗଦ ଟଙ୍କାକୁ ବେଆଇନ ଭାବେ ଠୁଳ କରାଯାଇଥିବା ସ୍ୱୀକାର କରିଛି । ପରିବାରର ବିଭିନ୍ନ ବ୍ୟବସାୟରୁ ଏହି ଟଙ୍କା ଠୁଳ ହୋଇଥିଲା । ପରିବାରର ଜଣେ ସଦସ୍ୟ ମଧ୍ୟ ଏହି ନଗଦ ଟଙ୍କା ଜମା ଓ ଅର୍ଥ କାରବାର ଲୁଚାଇବାରେ ସକ୍ରିୟ ଭାବେ ସାମିଲ ଥିବା ପ୍ରମାଣ ମିଳିଛି । ମଦ କାରବାରରୁ ଉପାର୍ଜିତ ଟଙ୍କାକୁ ବହୁଳ ଭାବେ ଲୁଚାଇବାକୁ ପ୍ରୟାସ କରାଯାଉଥିଲା ବୋଲି ଚଢ଼ଉବେଳେ ଜଣାପଡ଼ିଛି ।

ଅର୍ଥ ମନ୍ତ୍ରଣାଳୟ ଆହୁରି ସ୍ପଷ୍ଟ କରିଛି ଯେ, ଚଢ଼ଉବେଳେ ବହୁ ପରିମାଣର ଅଘୋଷିତ ୩୫୧କୋଟି ଟଙ୍କାରୁ ଅଧିକ ନଗଦକୁ ଜବତ କରାଯାଇଛି । ୨.୮୦କୋଟି ଟଙ୍କାର ସୁନା ଅଳଙ୍କାର ମଧ୍ୟ ହିସାବ ବାହାରେ ଜବତ ହୋଇଛି । ଜବତ ହୋଇଥିବା ନଗଦ ୩୫୧କୋଟି ଟଙ୍କା ମଧ୍ୟରୁ କେବଳ ୩୨୯କୋଟି ଟଙ୍କା ବଲାଙ୍ଗିର ଜିଲ୍ଲାର ସୁଦୁପଡ଼ା ଓ ଟିଟିଲାଗଡ଼ ସମେତ ସମ୍ବଲପୁରର କ୍ଷେତରାଜପୁରରୁ ମିଳିଛି । ଏସବୁ ଟଙ୍କା ଓଡ଼ିଶାର ଏସବୁ ସହରରରେ ଥିବା ଜରାଜୀର୍ଣ୍ଣ କୋଠାଘର ଓ ଅବ୍ୟବୃହତ କୋଠା, ଚୋରା ରୁମ୍ ଆଦିରେ ସୁରକ୍ଷିତ ଭାବେ ରଖାଯାଇଥିଲା । ଯାହାକୁ ଆୟକର ବିଭାଗର ଟିମ୍ ଜବତ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହି ଟଙ୍କା ଜବତ ହେବାର ୫ଦିନ ପରେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ ଗଣମାଧ୍ୟମକୁ ଆସି ଉକ୍ତ ଟଙ୍କା ସବୁ ତାଙ୍କ ପରିବାର ସଦସ୍ୟଙ୍କର ।ଏହାର ସମସ୍ତ ହିସାବ ଦିଆଯିବ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ସାହୁ ବ୍ରଦର୍ସଙ୍କଠୁ ୩୫୧କୋଟି ଟଙ୍କାର ନଗଦ ଜବତ ହେବାପରେ ରାଜ୍ୟରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ । ବିଜେପି ଏହି କଳାଟଙ୍କାରେ ବିଜେଡିର ଭାଗିଦାରୀ ଥିବା ଦର୍ଶାଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା । ଏବେ ଏହି ଟଙ୍କା ଜବତ ଘଟଣାରେ ତଦନ୍ତ ଜାରି ରହିଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story