Advertisment

ବଟି ମାଗି ଗିରଫ ହେଲେ ନକଲି ପୁଲିସ

ନକଲି ପୁଲିସ ଜଣକ ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ନାଥ।

author-image
Manoj Swain

ଲୁଟିବାକୁ ଆସି ଧରାପଡ଼ି ଗଲେ ନକଲି ପୁଲିସ। ପରେ ଲୋକେ ନକଲି ପୁଲିସକୁ ଅସଲି ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଜୟପୁର ସହରରେ। ନକଲି ପୁଲିସ ଜଣକ ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ନାଥ। ସେ ପୁଲିସ ଡ୍ରେସ ପିନ୍ଧି ଜୟପୁର ସହରର ସୌରା ସାହି ଓ ତେଲି ସାହିର ଘରକୁ ଘର ବୁଲି ଜାନୁଆରୀ ୨୬ ପାଇଁ ୧୦୦୦ ଟଙ୍କା ଲେଖାଏଁ ଚାନ୍ଦା ମାଗୁଥିଲେ।

Advertisment
Odisha Koraput