Advertisment

ପରଫ୍ୟୁମକୁ ନେଇ ବଚସାରୁ ସ୍ତ୍ରୀକୁ ଗୁଳିକଲା ସ୍ୱାମୀ

ପର୍ଫ୍ୟୁମ ଓ କଷ୍ଟ୍ୟୁମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସାରୁ ଗୁଳିକାଣ୍ଡ, ସ୍ତ୍ରୀ ଗୁରୁତର।

ଅଦ୍ୟତନ ହୋଇଛି
man shoots wife for wearing perfume

man shoots wife for wearing perfume

Advertisment

ସାମାନ୍ୟ ବଚସାରୁ ସ୍ତ୍ରୀକୁ ଗୁଳିକଲା ସ୍ୱାମୀ। ପର୍ଫ୍ୟୁମ ଓ କଷ୍ଟ୍ୟୁମକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ସ୍ୱାମୀ ଗୁଳି କରିବାରୁ ସ୍ତ୍ରୀ ଗୁରୁତର। ଘଟଣା ପରେ ସ୍ୱାମୀ ଫେରାର୍। ମାମଲା ରୁଜୁ କରି ପୋଲିସର ତନାଘନା।

Advertisment

ସୂଚନା ଅନୁସାରେ, ବିଜୋଇଲି ଥାନା ଅଞ୍ଚଳ ଗଣେଶପୁର ବାସିନ୍ଦା ନୀଲମ ଜାତଭ ଆଠ ବର୍ଷ ପୂର୍ବେ ମହେନ୍ଦ୍ର ଜାତବଙ୍କୁ ବିବାହ କରିଥିଲେ। ପୂର୍ବରୁ ମହେନ୍ଦ୍ର ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ହୋଇ ଜେଲ୍ ଯାଇଥିଲେ। ଏହା ପରେ ନୀଲମ ତାଙ୍କ ବାପଘରେ ରହିଆସୁଥିଲେ। ଚାରି ବର୍ଷ କାରାଦଣ୍ଡ ଭୋଗିବା ପରେ ମହେନ୍ଦ୍ର ଗୋଟିଏ ବର୍ଷ ପୂର୍ବେ ଜେଲରୁ ମୁକ୍ତ ହୋଇ ଘରକୁ ଫେରିଥିଲେ ଏବଂ ସେ ତାଙ୍କ ପତ୍ନୀଙ୍କ ସହ ଶ୍ୱଶୁର ଘରେ ରହୁଥିଲେ।

ଆଜି(ଶନିବାର) ନୀଲମ ଘରୁ କେଉଁଆଡେ ଯିବାକୁ ପ୍ରସ୍ତୁତ ହେଉଥିଲେ, ଏହି ସମୟରେ ମହେନ୍ଦ୍ର ତାଙ୍କୁ ପର୍ଫ୍ୟୁମ୍ ଏବଂ ପୋଷାକକୁ ନେଇ କିଛି ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ହଠାତ୍ ରାଗିଯାଇ ମହେନ୍ଦ୍ର ବନ୍ଧୁକ ବାହାର କରି ତାଙ୍କ ପତ୍ନୀଙ୍କ ଛାତିକୁ ଗୁଳି କରିଥିଲେ।  ନୀଲମ ତଳେ ପଡି ଛଟପଟ୍ ହେବାରୁ ତାଙ୍କ ଭାଇ ଦୀନେଶ ଆସି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Advertisment

ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ମହେନ୍ଦ୍ରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣା ପରେ ନୀଲମଙ୍କ ସ୍ୱାମୀ ଫେରାର୍ ହୋଇଯାଇଛନ୍ତି।

MP Man Shoots Wife Man Shoots Wife For Wearing Perfum
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe