Advertisment

'ଏବେ ଶେଷ ଦିନ ଗଣିବା ଆରମ୍ଭ କର..', ପପୁ ଯାଦବଙ୍କୁ ପୁଣି ହତ୍ୟା ଧମକ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସାଂସଦ ପପୁ ଯାଦବଙ୍କୁ ପୁଣିଥରେ ହତ୍ୟା ଧମକ। ହ୍ୱାଟସଆପ୍ ସ୍କ୍ରିନଶଟ୍ ସେୟାର କଲେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
MP Pappu Yadav

MP Pappu Yadav

ବିହାରର ପୂର୍ଣ୍ଣିୟା ଲୋକସଭା ଆସନରୁ ସାଂସଦ ହୋଇଥିବା ପପୁ ଯାଦବଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ। ଏହି ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଛି। ପପୁ ଯାଦବଙ୍କ ବ୍ୟକ୍ତିଗତ ସହାୟକ ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସାଂସଦଙ୍କୁ ହ୍ୱାଟସଆପ୍ ଯୋଗେ ଧମକ ଦିଆଯାଇଥିବା ଅଭିଯୋଗ କରି ଏହାର ସ୍କ୍ରିନଶଟ୍ ମଧ୍ୟ ସେୟାର କରିଛନ୍ତି।

Advertisment

ଧମକ ଦେଇଥିବା ବ୍ୟକ୍ତି ପପୁ ଯାଦବଙ୍କ ବ୍ୟକ୍ତିଗତ ସହାୟକଙ୍କୁ କହିଥିଲେ ଯେ ପପୁ ଯାଦବ ଲରେନ୍ସ ଗ୍ୟାଙ୍ଗର ବିଲୋପ ବିଷୟରେ କହୁଛନ୍ତି। ହେଲେ ବର୍ତ୍ତମାନ ସେ ନିଜର ଶେଷ ଦିନ ଗଣନା କରନ୍ତୁ। ତାଙ୍କୁ ହତ୍ୟା କରିବା ପାଇଁ ୬ ଜଣଙ୍କୁ ସୁପାରି ଦିଆଯାଇଛି। ତେବେ ଧମକ ଦେଇଥିବା ବ୍ୟକ୍ତି ସେହି ୬ ଜଣଙ୍କ ନାମ ପ୍ରକାଶ କରିନାହିଁ। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ କହିଛି।

୨୮ ଅକ୍ଟୋବରରେ ମିଲିଥିଲା ପ୍ରଥମ ଧମକ
ଏହାପୂର୍ବରୁ ଅକ୍ଟୋବର ୨୮ରେ ପପୁ ଯାଦବଙ୍କୁ ପ୍ରଥମ ଥର ପାଇଁ ହତ୍ୟା ଧମକ ମିଳିଥିଲା। କଲ୍ କରି ଧମକ ଦେଇଥିବା ବ୍ୟକ୍ତି ସାଂସଦଙ୍କୁ ସଲମାନ ଖାନ ମାମଲାରୁ ଦୂରେଇ ରହିବାକୁ କହିଥିଲା। ଆହୁରି ମଧ୍ୟ ଦାବି କରିଥିଲା ଯେ ଲରେନ୍ସ ବିଷ୍ଣୋଇ ପପୁ ଯାଦବ ସହ କଥା ହେବା ପାଇଁ ଘଣ୍ଟା ପ୍ରତି ଲକ୍ଷେ ଟଙ୍କା ଖର୍ଚ୍ଚ କରି ଜାମର ବନ୍ଦ କରି ଫୋନ କରୁଛି। ହେଲେ ପପୁ ଯାଦବ ଫୋନ୍ ଉଠାଉ ନାହାଁନ୍ତି।

Advertisment

ଦିଲ୍ଲୀରୁ ଗିରଫ କରିଥିଲା ପୁଲିସ
ସାଂସଦ ପପୁ ଯାଦବଙ୍କୁ ଏହି ହତ୍ୟା ଧମକ ଦେଇଥିବା ଯୁବକକୁ ଗତ ଶନିବାର ଦିଲ୍ଲୀରୁ ଗିରଫ କରିଥିଲା ପୂର୍ଣ୍ଣିୟା ପୋଲିସ। ଅଭିଯୁକ୍ତ ମହେଶ ପାଣ୍ଡେର ଲରେନ୍ସ ଗ୍ୟାଙ୍ଗ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଜଣାପଡ଼ିଥିଲା। ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ମହେଶ ପାଣ୍ଡେ ଦୁବାଇ ଯାଇ ସେଠାରୁ ଏକ ସିମ୍ ଆଣିଥିଲା। ଏହି ସିମରୁ କଲ୍ କରି ପପୁ ଯାଦବଙ୍କୁ ଧମକ ଦିଆଯାଇଥିଲା। ଅଭିଯୁକ୍ତ ଦିଲ୍ଲୀ ଏମ୍ସ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର କ୍ୟାଣ୍ଟିନରେ ମଧ୍ୟ ପୂର୍ବରୁ କାମ କରିଛି ବୋଲି ଜଣାପଡ଼ିଛି।

Pappu Yadav Lawrence Bishnoi Gang Death Threat To Pappu Yadav