Advertisment

ମୁଜରା ନାଁରେ ଚାଲିଥିଲା ଦେହ ବେପାର; ମାଡ଼ି ବସିଲା ପୁଲିସ୍‌

ମୁଜରା ନାଁରେ ଖୁଲମଖୁଲା ଚାଲିଥିଲା ଦେହ ବେପାର। ମୁଜରା କରୁଥିବା ଯୁବତୀଙ୍କୁ କରାଯାଉଥିଲା ଯୌନ ଶୋଷଣ ।

author-image
Niharika Rout
Arrest

Arrest

ମୁଜରା ନାଁରେ ଖୁଲମଖୁଲା ଚାଲିଥିଲା ଦେହ ବେପାର। ମୁଜରା କରୁଥିବା ଯୁବତୀଙ୍କୁ କରାଯାଉଥିଲା ଯୌନ ଶୋଷଣ । ଏପରି ଏକ ରାକେଟ୍‌ ଗୋଆରେ ଚାଲୁଥିବା ବେଳେ ତାହାର ପର୍ଦ୍ଦାଫାସ କରି ଦୁଇ ଜଣଙ୍କୁ ବାନ୍ଧିଛି ପୁଲିସ୍‌।

Advertisment

ଗୋଆରେ ଥିବା ଏକ ରିସର୍ଟ ନିଜ ଧନୀ ଗ୍ରାହକଙ୍କ ପାଇଁ ଆୟୋଜନ କରୁଥିଲା ମୁଜରା। ଉକ୍ତ କାର୍ଯ୍ୟକ୍ରମ ପରେ ମୁଜରା ପରିବେଷଣ କରୁଥିବା ଯୁବତୀଙ୍କ ଯୌନ ଶୋଷଣ କରାଯାଉଥିଲା।

ଏନେଇ ସୂଚନା ପାଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ପକ୍ଷରୁ ଜାଲ ବିଛା ଯାଇଥିଲା। ଏଥିନିମନ୍ତେ ଏକ ଟିମ୍‌ ଗଠନ କରାଯାଇ ଏକ ରିସର୍ଟ ଉପରେ ଚଢାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମୁଜରା ପରିବେଷଣ କରୁଥିବା ୨ ଯୁବତୀଙ୍କୁ ପୁଲିସ୍‌ ସେଠାରୁ ମୁକୁଳାଇଛି।

Advertisment

ଏହି ଘଟଣାରେ ପୁଲିସ୍‌ ଉକ୍ତ ରିସର୍ଟର ମାଲିକଙ୍କ ସମେତ ବିଜୟ କୁମାର ସରକାର ଓ ତାଙ୍କ ସହଯୋଗୀ ଅଜିତ କୁମାର ଝାଙ୍କୁ ବାନ୍ଧିଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୦ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଅଯାଇଛି।

ପୁଲିସ୍‌ ଉକ୍ତ ରିସର୍ଟର ସିସିଟିଭିକୁ ଜବତ କରିଥିବା ବେଳେ ଏହାର ତଦନ୍ତ ଆରମ୍ଭ କରିଛି। ଏଥିସହ ଉକ୍ତ ସମୟରେ ମୁଜରା ଦେଖୁଥିବା ଅନ୍ୟମାନଙ୍କୁ ବି ପଚରାଉଚରା କରାଯିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Goa