Advertisment

ମୁକେଶ ଅମ୍ବାନିଙ୍କ ଡିପଫେକ୍ ଭିଡିଓ ବ୍ୟବହାର କରି ଡାକ୍ତରଙ୍କଠୁ ଲୁଟିନେଲେ ୭ ଲକ୍ଷ ଟଙ୍କା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ମାୟାକୁ ଡାକ୍ତର ବି ବୁଝି ପାରିଲେନି!

ଅଦ୍ୟତନ ହୋଇଛି
Mukesh Ambani

Mukesh Ambani

Advertisment

ଡିପଫେକ୍ ଭିଡ଼ିଓର ଶିକାର ହୋଇ ୭ ଲକ୍ଷ ଟଙ୍କା ହରାଇଛନ୍ତି ମୁମ୍ବାଇର ଜଣେ ମହିଳା ଡାକ୍ତର। ମୁକେଶ ଅମ୍ବାନୀଙ୍କ ଚେହେରାକୁ ନେଇ ପ୍ରସ୍ତୁତ କରାଯାଇଥିବା ଡିପଫେକ୍ ଭିଡ଼ିଓର ଶିକାର ହୋଇଛନ୍ତି ଜଣେ ଡାକ୍ତର। ଏହି ଡାକ୍ତର ଜଣକ ହେଉଛନ୍ତି, ମୁମ୍ବାଇ ଅନ୍ଦେରିରେ ରହୁଥିବା 54 ବର୍ଷୀୟ ଆୟୁର୍ବେଦ ଚିକିତ୍ସକ ଡ. କେଏଚ ପାଟିଲ। 

Advertisment

ଡାକ୍ତର ପାଟିଲଙ୍କ କହିବା ଅନୁସାରେ, ସେ ଚଳିତ ବର୍ଷ ଏପ୍ରିଲରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଦେଖିବା ପରେ ଅନଲାଇନ ଠକାମିର ଶିକାର ହୋଇଛନ୍ତି। ଇନଷ୍ଟାଗ୍ରାମ ଫିଡ୍ ମାଧ୍ୟମରେ ସ୍କ୍ରୋଲ୍ କରୁଥିବାବେଳେ ଏପ୍ରିଲ୍ ୧୫ ରେ ସେ ଏକ ଡିପଫେକ ଭିଡିଓ ଦେଖିଥିଲେ। ଏହି ଭିଡିଓରେ ବ୍ୟବସାୟୀ ମୁକେଶ ଅମ୍ବାନୀ ଏକ ବିଜନେସ୍ ଗ୍ରୁପର ପ୍ରମୋସନ କରିଥିଲେ।

ସେ କହିଛନ୍ତି ଯେ, ଭିଡିଓରେ ମୁକେଶ ଅମ୍ବାନୀ ରାଜୀବ ଶର୍ମା ଟ୍ରେଡ୍ ଗ୍ରୁପ୍ ନାମକ ଏକ ଟ୍ରେଡିଂ(ବାଣିଜ୍ୟ) ଏକାଡେମୀର ସଫଳତାକୁ ପ୍ରୋତ୍ସାହିତ କରୁଥିଲେ। ଏହି ଏକାଡେମୀରେ ପୁଞ୍ଜି ନିବେଶରେ ଅଧିକ ରିଟର୍ଣ୍ଣ(ଫେରସ୍ତ) ଆସୁଥିବାରୁ ଲୋକଙ୍କୁ ଏହି ଏକାଡେମୀରେ ଯୋଗଦେବାକୁ ଅନୁରୋଧ କରୁଥିଲେ ମୁକେଶ ଅମ୍ବାନୀ।

Advertisment

ମୁକେଶ ଅମ୍ବାନୀ ବିଜ୍ଞାପନ କରୁଥିବାରୁ ମୋର ବିଶ୍ୱାସ ଆସିଥିଲା। ତେଣୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନଲାଇନରେ ସର୍ଚ୍ଚ କରିଥିଲି। କକମ୍ପାନୀର କାର୍ଯ୍ୟାଳୟ ଲଣ୍ଡନ ଏବଂ ମୁମ୍ବାଇରେ ଥିବା ଜାଣିବା ପରେ ମୋର ବିଶ୍ୱାସ ବଢିଥିଲା। ତେଣୁ ଏକାଡେମୀ ସହ ଅନଲାଇନ ଯୋଗେ  ଯୋଗାଯୋଗ କରିଥିଲି ବୋଲି ଡକ୍ଟର ପାଟିଲ କହିଛନ୍ତି।

ଡକ୍ଟର ପାଟିଲ କହିଛନ୍ତି ଯେ, ସେ ମେ' ଓ ଜୁନ୍ ମଧ୍ୟରେ ଏକାଡେମୀରେ ମୋଟ ୭.୧ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ତାଙ୍କୁ ମଧ୍ୟ ଏକ ଆକାଉଣ୍ଟ ଦିଆଯାଇଥିଲା, ଆଉ ଏହି ଆକାଉଣ୍ଟରେ ତୁରନ୍ତ ୩୦ ଲକ୍ଷ ଟଙ୍କା ଲାଭ ପାଇଥିବା ଦର୍ଶା ଯାଇଥିଲା। କିନ୍ତୁ ସେ ଯେତେବେଳେ ଏହି ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ ଉଠାଇ ପାରିନଥିଲେ।

ଫଳରେ ତାଙ୍କର ସନ୍ଦେହ ଉପୁଜିଥିଲା। ଏନେଇ ସେ ତାଙ୍କ ସାଙ୍ଗମାନଙ୍କୁ ଜଣାଇଥିଲେ। ସେମାନେ ତାଙ୍କୁ ପୁଲିସର ଆଶ୍ରୟ ନେବାକୁ ପରାମର୍ଶ ଦେବା ପରେ ଥାନାରେ ଏତଲା ଦେଇଛନ୍ତି। ପୁଲିସ କେତେକ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Mukesh Ambani Deepfake Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe