Advertisment

ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ

ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Tahawwur Rana

Tahawwur Rana

Advertisment

ଆମେରିକୀୟ କୋର୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି। ବହୁ ଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ତହବୁର ହୁସେନ ରାଣାକୁ ଖୁବଶୀଘ୍ର ଭାରତକୁ ଅଣାଯିବ। ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ତହବୁର ରାଣାର ପ୍ରତ୍ୟର୍ପଣ ପାଇଁ ଆମେରିକା ସବୁଜ ସଙ୍କେତ ଦେଇଛି। ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Advertisment

ଆମେରିକୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଣାକୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରକାଶ ଥାଉ, ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ କୋଲେମାନ ହେଡଲିକୁ ଆକ୍ରମଣ କରିବାରେ ସାହାଯ୍ୟ କରିଥିଲା ତହବୁର ରାଣା। ଆମେରିକା ଅଦାଲତରେ ଚାଲିଥିବା ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ ଭାରତ ରାଣା ବିରୋଧରେ ଶକ୍ତିଶାଳୀ ପ୍ରମାଣ ଉପସ୍ଥାପନ କରିଥିଲା। ​​ତେବେ ଏହି ମାମଲାରେ Non Bis Idem (ସମାନ ଅପରାଧ ପାଇଁ ଦ୍ୱିତୀୟ ଥର ଦଣ୍ଡ ନିଷେଧ) ନିୟମ ଲାଗୁ ହେବ ନାହିଁ। ଆମେରିକୀୟ କୋର୍ଟ କହିଛନ୍ତି ଯେ ଭାରତରେ ରାଣାଙ୍କ ବିରୋଧରେ ଥିବା ଅଭିଯୋଗ ଭିନ୍ନ, ତେଣୁ ଏହି ନିୟମ ଲାଗୁ ହେବ ନାହିଁ।

ଅନ୍ୟପଟେ ଏହି ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ରୋକିବା ଆତଙ୍କବାଦୀ ରାଣା ଆମେରିକାର କୋର୍ଟରେ ଏକ ଆବେଦନ କରିଥିଲା। ଯାହାକୁ ଖାରଜ କରିଦେଇଛନ୍ତି କୋର୍ଟ। ଉଲ୍ଲେଖ ଯୋଗ୍ୟ, ୨୬ ନଭେମ୍ବର ୨୦୦୮ରେ ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ଆତଙ୍କବାଦୀଙ୍କ ଏହି ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା। ଯେଉଁଥିରେ ୧୬୬ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ଗୁରୁତର ହୋଇଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଡେଭିଡ ହେଡଲିର ପ୍ରମୁଖ ସହଯୋଗୀ ରାଣାକୁ ୨୦୦୯ ମସିହାରେ ଚିକାଗୋରୁ ଗିରଫ କରାଯାଇଥିଲା। ତହବୁର ରାଣା ଆଇଏସଆଇ ଏବଂ ଲଶ୍କର-ଏ-ତାଇବା ଭଳି ଏକାଧିକ ଆତଙ୍କୀ ସଂଗଠନ ସହିତ ଜଡିତ ଥିବା ଅଭିଯୋଗ ହୋଇଛି।

Advertisment
26/11 Mumbai Attack Tahawwur Rana MUMBAI ATTACK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe