Advertisment

ଚୋରର ବିଳାସପୂର୍ଣ୍ଣ ଜୀବନଶୈଳୀ; ମୁମ୍ବାଇରେ କୋଟିଏ ଟଙ୍କାର ଫ୍ଲାଟ୍ ସାଙ୍ଗକୁ ଅଡି କାର୍

ଫ୍ଲାଇଟରେ ଏ ରାଜ୍ୟରୁ ସେ ରାଜ୍ୟ ବୁଲି ବୁଲି କରୁଥିଲା ଚୋରି।

author-image
Debibandita Barick
Solanki

Solanki

ନିକଟରେ ଗୁଜରାଟ ପୁଲିସ ଜଣେ ପେଶାଦାର ଚୋରକୁ ଗିରଫ କରିଛି, ଯାହାଙ୍କ ଲାଇଫ ଷ୍ଟାଇଲ୍ ଓ ଧନ ସମ୍ପତ୍ତି କେଉଁ ବ୍ୟବସାୟଙ୍କଠୁ କମ୍ ନୁହେଁ।  ଅଭିଯୁକ୍ତ ଚୋର କୋଟିଏ ଟଙ୍କାର ଫ୍ଲାଟରେ ରହିବା ସହ ଅଡ଼ି କାର୍ ଚଲାଉଥିବା ଜାଣିବାକୁ ପାଇଛି ପୁଲିସ୍। କେବଳ ଏତିକି ନୁହେଁ, ମୁମ୍ବାଇରେ ନାଇଟ୍ କ୍ଲବ୍, ପାର୍ଟି, ଫ୍ଲାଇଟରେ ଯିବାଆସିବା ଅନେକ କିଛି... 

Advertisment

ସୂଚନା ଅନୁସାରେ, ଗିରଫ ହୋଇଥିବା ଅଭିଯୁକ୍ତର ନାଁ ସୋଲାଙ୍କି। ସେ ବିଭିନ୍ନ ରାଜ୍ୟର ଏକାଧିକ ଚୋରି ଓ ଲୁଟ୍ ମାମଲାରେ ସମ୍ପୃକ୍ତ। ନିକଟରେ ଗୁଜରାଟରେ ଏକ ଲକ୍ଷ ଟଙ୍କା ଚୋରି ମାମଲାରେ ତଦନ୍ତ କରି ପୁଲିସ ତାକୁ ଗିରଫ କରିଥିଲା। ପଚରା ଉଚରା ସମୟରେ ନିଜର ଦାମୀ ଜୀବନଶୈଳୀ ବିଷୟରେ କହିଛି ସୋଲାଙ୍କି।

ସୋଲାଙ୍କି ବିଭିନ୍ନ ସ୍ଥାନରେ ୧୯ଟି ଚୋରି କରିଥିବା ସ୍ୱୀକାର କରିଛି। ଏଥିରେ ଭାଲସାଦରେ ତିନୋଟି, ସୁରଟରେ ଗୋଟିଏ, ପୋରବନ୍ଦରରେ ଗୋଟିଏ, ସେଲୱାଲରେ ଗୋଟିଏ, ତେଲେଙ୍ଗାନାରେ ଦୁଇଟି, ଆନ୍ଧ୍ରପ୍ରଦେଶରେ ଦୁଇଟି, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏ ଚୋରି ମାମଲା ରହିଛି। 

Advertisment

ଲାଞ୍ଚ ନେଇ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ମଧ୍ୟ ୬ଟି ଚୋରି କରିଥିବା ମାନିଛି ସୋଲାଙ୍କି। ଏହା ବ୍ୟତୀତ ସୋଲାଙ୍କି ନାଁରେ ଏକାଧିକ ରାଜ୍ୟରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିବା ପାଇଁ ସେ ତା ନାଁକୁ ବଦଳାଇ ଆରହାନ କରିଥିବା ପୁଲିସ କହିଛି। 

ପୁଲିସ ଆହୁରି ଜାଣିବାକୁ ପାଇଛି ଯେ, ସୋଲାଙ୍କିର ମୁମ୍ବାଇରେ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଫ୍ଲାଟ୍ ଏବଂ ଅଡି କାର୍ ରହିଛି। ସେ ଚୋରି କରିବା ପାଇଁ ବିମାନରେ ଯାତ୍ରା କରେ, ବିଳାସପୂର୍ଣ୍ଣ ହୋଟେଲରେ ରହେ ଆଉ କ୍ୟାବ୍ ବୁକ୍ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଏ। 

ଏଥିସହ ମୁମ୍ବାଇର ଡ୍ୟାନ୍ସ ବାର୍, ନାଇଟ୍ କ୍ଲବରେ ପାର୍ଟି କରେ। ମାସକୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଶା ସେବନ କରେ ବୋଲି ପୁଲିସ କହିଛି।ସୋଲାଙ୍କିକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଗୁଜରାଟ ପୁଲିସ। 

Rich Thief Flat Audi Car Gujrat Police