Advertisment

ମୁମ୍ବାଇ ହିଟ୍‌ ଆଣ୍ଡ ରନ୍‌ ମାମଲା: ୧୪ ଦିନ ପାଇଁ ଜେଲ ହାଜତକୁ ଗଲେ ମୁଖ୍ୟ ଅଭିଯୁକ୍ତ

୨୪ ବର୍ଷୀୟ ମିହିର ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ନେତା ରାଜେଶ ଶାହଙ୍କ ପୁଅ। ଘଟଣା ପରେ ରାଜେଶଙ୍କୁ ୱର୍ଲି ପୁଲିସ୍‌ ଗିରଫ କରିଥିଲା। ହେଲେ ଜାମିନରେ ଖଲାସ ହୋଇଛନ୍ତି।

Mihir Shah

Mihir Shah

Advertisment

ମୁମ୍ବାଇର ୱର୍ଲି ହିଟ୍‌ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜୁଲାଇ ୯ରେ ତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ସେ ମଦ ନିଶାରେ ନିଜ ବିଏମଡବ୍ଲ୍ୟୁକୁ ଗୋଟିଏ ସ୍କୁଟି ଉପରେ ମଡ଼ାଇ ଦେଇଥିଲେ। ଏଥିଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

Advertisment

୨୪ ବର୍ଷୀୟ ମିହିର ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ନେତା ରାଜେଶ ଶାହଙ୍କ ପୁଅ। ଘଟଣା ପରେ ରାଜେଶଙ୍କୁ ୱର୍ଲି ପୁଲିସ୍‌ ଗିରଫ କରିଥିଲା। ହେଲେ ଜାମିନରେ ଖଲାସ ହୋଇଛନ୍ତି।

ଜୁଲାଇ ୭ରେ ୱର୍ଲିର ଆନ୍ନି ବସନ୍ତ ରୋଡରେ ଜଣେ ଦମ୍ପତି ସ୍କୁଟିରେ ଯାଉଥିବା ବେଳେ ମିହିରଙ୍କ ବିଏମଡବ୍ଲ୍ୟୁ ଏହାକୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ସ୍କୁଟି ସହ ମହିଳାଙ୍କୁ କାର୍‌ଟି ୧.୫ କିମି ଯାଏ ଘୋଷାଡ଼ି ନେଇଥିଲା। ଏଥିଯୋଗୁ କାବେରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ପ୍ରଦୀପ ଗୁରୁତର ଆହତ ହୋଇଥିଲେ।

Advertisment

ଅଭିଯୋଗ ହୋଇଛି ଯେ ଦୁର୍ଘଟଣା ବେଳେ ମିହିର କାର ଚଳାଉଥିଲେ। ତାଙ୍କ ଡ୍ରାଇଭର ରାଜରିଶି ବିଡାୱତ ପାଖ ସିଟ୍‌ରେ ବସିଥିଲେ। ତେବେ ଦୁର୍ଘଟଣା ପରେ ମିହିରଙ୍କୁ ରକ୍ଷା କରିବା ପାଇଁ ବିଡାୱତ ଡ୍ରାଇଭର ସିଟକୁ ଚାଲି ଆସିଥିଲେ। ଏଥିପାଇଁ ମିହିରଙ୍କ ବାପା ରାଜେଶ ଶାହ ନିର୍ଦ୍ଦେଶ ଦେଇଥିଲେ।

ଘଟଣା ପରେ ପୁଲିସ୍‌କୁ ଚକମା ଦେବା ପାଇଁ ମିହିର ନିଜର ଦାଢ଼ି କାଟି ଦେବା ସହ ଅଜ୍ଞାତ ସ୍ଥାନକୁ ଚାଲି ଯାଇଥିଲେ। କିନ୍ତୁ ଜୁଲାଇ ୯ରେ ପୁଲିସ୍‌ ତାଙ୍କୁ ମୁମ୍ବାଇ ଉପକଣ୍ଠ ବିରାର ଥିବା ଗୋଟିଏ ରିସର୍ଟରୁ ଗିରଫ କରିଥିଲା।

ପୁଲିସ୍‌ ସୂତ୍ର ଅନୁସାରେ, ଦୁର୍ଘଟଣା ବେଳେ ମିହିର ପ୍ରବଳ ମଦ ପିଇଥିଲେ। ସେ ଜୁହୁରେ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରିବା ପରେ ମର୍ସିଡିଜ୍‌ରେ ଘରକୁ ଆସିଥିଲେ। ଏହାପରେ ମେରାଇନ ଡ୍ରାଇଭର ମଜା ନେବାକୁ ନିଜ ବିଏମଡବ୍ଲ୍ୟୁ କାରରେ ଡ୍ରାଇଭରଙ୍କୁ ଧରି ବାହାରି ଯାଇଥିଲେ।

ପ୍ରଥମେ ତାଙ୍କ ଡ୍ରାଇଭର ଗାଡ଼ି ଚଳାଉଥିଲେ। କିନ୍ତୁ ହାଜି ଅଲୀ ନିକଟରେ ସେ ଡ୍ରାଇଭରଙ୍କ ଠାରୁ ଗାଡ଼ି ନେଇ ନିଜେ ଚଳାଇବା ଆରମ୍ଭ କରିଥିଲେ। ମଦ ନିଶାରେ ସେ ଦ୍ରୁତଗତିରେ ଗାଡ଼ି ଚଳାଇବା ସହ ସ୍କୁଟିରେ ଯାଉଥିବା ଦମ୍ପତିଙ୍କ ଏହାକୁ ମଡ଼ାଇ ଦେଇଥିଲେ। 

Mumbai Maharashtra Police Maharashtra Shiv Sena Hit And Run Eknath Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe