Advertisment

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ, ସୋଶାଲ ମିଡିଆରେ ହୋଇଥିଲା ବନ୍ଧୁତା

୧୩ ବର୍ଷର ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ।

ଅଦ୍ୟତନ ହୋଇଛି
Girl

Girl

Advertisment

୧୩ ବର୍ଷର ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋକ୍ସ ଆକ୍ଟ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ୨୧ ବର୍ଷୀୟ ଯୁବକ ଏକ ହୋଟେଲରେ କାମ କରନ୍ତି। ପୀଡିତାଙ୍କ ସହ ତାଙ୍କର ଇନଷ୍ଟାଗ୍ରାମରେ ପରିଚୟ ହେଇଥିଲା। ଏହାପରେ ଉଭୟ ଭେଟିବାକୁ ନିଷ୍ପତ୍ତି ନେଇଥିଲେ।  

ଉଭୟ ମହାରାଷ୍ଟ୍ରର ଅନ୍ଧେରୀରେ ପରସ୍ପରକୁ ଭେଟିଥିଲେ। ସେଠାରେ ପୀଡ଼ିତାଙ୍କ ସହ ଅଭିଯୁକ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ଅଗଷ୍ଟ ୧୫ରେ ଅନ୍ୟ ଏକ ଗାଁକୁ ନେବେ କହି ଗୁଜରାଟକୁ ନେଇଥିଲେ। ସେଠାରେ ଆଉ ତିନି ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଅଗଷ୍ଟ ୧୫ରେ ଘରକୁ ନ ଫେରିବାରୁ ନାବାଳିକାଙ୍କ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ପରେ ସେ ନିଜେ ଘରକୁ ଫେରିଥିଲେ। ପରିବାର ଲୋକେ ତାଙ୍କୁ ପଚରାଉଚରା କରିବାରୁ ସେ ଘଟଣା ବାବଦରେ କହିଥିଲେ। 

ଏହାପରେ ପରିବାର ଲୋକେ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଥାନାରେ ଏତଲା ଦେଇଥିଲେ। ପୁଲିସ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫଟୋ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା, ମହାରାଷ୍ଟ୍ରର ଥାନେ ଜିଲ୍ଲା ବଦଲାପୁରରେ କିଣ୍ଡରଗାର୍ଟେନରେ ପଢୁଥିବା ଦୁଇ ଝିଅଙ୍କୁ ସଫେଇ କର୍ମଚାରୀ ଦୁଷ୍କର୍ମ କରିବା ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଏହି ମାମଲା ସାମ୍ନାକୁ ଆସିଛି।

ନାବାଳିକା/ନାବାଳକମାନଙ୍କୁ ମଧ୍ୟ ସୋଶାଲ ମିଡିଆ ବ୍ୟବହାର ପାଇଁ ବାରମ୍ବାର ବାରଣ କରାଯାଉଛି। ବାପାମାଆଙ୍କୁ ନ ଜଣାଇ ଅପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯିବା ମଧ୍ୟ କେତେ ମାରାତ୍ମକ, ତାହା ଏଥିରୁ ଅନୁମେୟ। ସତର୍କତା ଅବଲମ୍ବନ କରିବା ସହ ସୋଶାଲ ମିଡିଆର ଦୂରୁପୋଯୋଗ ପ୍ରତି ସାବଧାନ ରହିବା ଜରୁରୀ। 

Crime Kidnap Rape Maharashtra Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe